ଫନି ବାତ୍ୟାର ୨ ବର୍ଷ ପରେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସହାୟତା ନପହଂଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ :ଡ.ସମ୍ବିତ ପାତ୍ର

ପିପିଲି-ଡେଲାଙ୍ଗ,(ବସୁନ୍ଧରା):ଗତ ୨୦୧୯ ଫନିବାତ୍ୟାରେ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପୂର୍ବରୁ ଏବଂ ପରେ କେନ୍ଦ୍ରରୁ ମୋଦି ସରକାର ପ୍ରଚୁର ମାତ୍ରାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଫନି ବାତ୍ୟାକୁ ୨ ବର୍ଷ ବିତିଲା ପରେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସହାୟତା ନପହଂଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି । ଡ. ପାତ୍ର କହିଛନ୍ତି ଯେ, ୨ ବର୍ଷ ପରେ ବି ଫନି ବାତ୍ୟାରେ ଭାଙ୍ଗିଯାଇଥିବା ଘର ସଜଡା ଯାଇପାରିଲା ନାହିଁ । ଆଜି ମଧ୍ୟ ଭଙ୍ଗା ଘରେ କୁଡ଼ିଆରେ ସ୍ଥାନୀୟ ବାସିନ୍ଦା ବାସ କରୁଛନ୍ତି । ବିଶେଷ ଭାବେ ଏହି ଅଂଚଳରେ ମା’ଭଉଣୀମାନେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ।ଦଳୀୟ ଅଧାରରେ ଗୃହ ବଂଟନ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଯାହା ପାଖରେ କୋଠା ଘର ଅଛି ସେମାନଙ୍କୁ ଗୃହଯୋଗାଇ ଦିଆଯାଇଛି, ମାତ୍ର ଯାହାର ଚାଳ ଛପର ଉଡ଼ିଯାଇଥିଲା ସେମାନେ ଆଜି ମଧ୍ୟ ଖୋଲା ଆକାଶ ତଳେ ବାସ କରୁଛନ୍ତି । ଏହା ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ଡ.ପାତ୍ର କହିଛନ୍ତି । ଡ଼. ସମ୍ବିତ ପାତ୍ର ଯଶୁଆାପୁର ଏବଂ ବୀରପୁରୁଷୋତମପୁର ଗ୍ରାମ ପଂଚାୟତରେ ବିଭିନ୍ନ ଗ୍ରାମକୁ ଯାଇ ଦଳୀୟ ସମର୍ଥକଙ୍କ ଗହଣରେ ପଥପ୍ରାନ୍ତ ସଭା କରିବା ସହ ସାଧାରଣ ଜନତା, ମା’ ଭଉଣୀମାନଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପ…ନାୟକଙ୍କ ସପକ୍ଷରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଡ. ପାତ୍ର କହିଛନ୍ତି ଯେ, ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ୩୫ ବର୍ଷ ଧରି ବିଜେଡିର ସ୍ଥାନୀୟ ନେତା ଲୋକପ୍ରତିନିଧି ଥିବା ସତ୍ୱେ ଗ୍ରାମାଂଚଳର ବିକାଶ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଆନ୍ତରିକତା ଅଭାବର ପ୍ରମାଣ । ଗରିବଙ୍କ ଉଦେ୍ଧଶ୍ୟରେ କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣ ଅର୍ଥ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବା ସହ ବାଟମାରଣା ଓ ଦୁର୍ନୀତି ହିଁ ମୁଖ୍ୟ କାରଣ ବୋଲିଡ. ପାତ୍ର କହିଛନ୍ତିା ଏହି ଦୁର୍ନିତୀରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଶାସକ ବିଜେଡ଼ିର ପ୍ରମୁଖ ଭୂମିକା ରହିଛି । ପିସି କାରବାର କାରଣରୁ ଏହି ଅଂଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ରାସ୍ତା-ଘାଟ ନିର୍ମାଣ ଆଦିରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଂଚାୟତର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିଛନ୍ତି ମାତ୍ର ଏହି ଅର୍ଥ ବାଟମାରଣା କରାଯାଉଛି ।ପିପିଲି-ଡେ଼ଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତି କରିସାରିଛନ୍ତି । ଆଗାମୀ ପିପିଲି ଉପ ନିର୍ବାଚନ ପରିବର୍ତନର ସ୍ୱର ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Leave A Reply

Your email address will not be published.