ବ୍ଳକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଧାରଣା ।

ଭଦ୍ରକ,(ବସୁନ୍ଧରା):ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧି କୁ ବିରୋଧ କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ମିଳିତ ଭାବରେ ବାସୁଦେବପୁର ନେସ୍କୋ ଅଫିସ ଆଗରେ ଧାରଣା ଦିଆଯାଇଥିଲା । ବାସୁଦେବପୁର ବିଧାନସଭା କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଦଳୀୟ ସମର୍ଥକ ମାନେ ଏହି ଧାରଣା ଯୋଗ ଦେଇଥିଲେ । ଏହି ଧାରଣାରେ ବ୍ଲକ କଂଗ୍ରେସ ସଭାପତି ରମେଷ ଚନ୍ଦ୍ର ବଳ , ନଗର ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ ଓ ବିଭିନ୍ନ ପଞ୍ଚାୟତ ସରପଞ୍ଚ ମାନେ ଯୋଗ ଦେଇଥିଲେ । ଏହି ଧାରଣା ସକାଳ ୯ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ଦିଆଯାଇଥିଲା ।

ଏହି ଧାରଣାରେ ବକ୍ତା ମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ବିଜୁଳି ଆବଣ୍ଟନ ମାଲିକାନା ଟାଟା କମ୍ପାନୀ ହାତକୁ ନେବା ପରେ ବିଜୁଳି ଦର ବୃଦ୍ଧି ପାଇବାରେ ଲାଗିଛି , ଅଘୋଷିତ ବିଜୁଳ କାଟକରାଯାଉଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ବଢୁଥିବା ରୁ ଆଘୋଷିତ ବିଜୁଳିକାଟରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି । ସେହିଭଳି ଓଡିଶା ବିଜୁଳି ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ବିଜୁଳି ଯୋଗାଣ ଆଳରେ ଲୋକଙ୍କୁ ଆବଣ୍ଟନ କାରୀ ସଂସ୍ଥା ଲୁଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ସେହିଭଳି ଦିଲ୍ଲୀରେ ଉପଭୋକ୍ତା ମାନେ କମ ଟଙ୍କାରେ ବିଜୁଳି ପାଉଥିବାବେଳେ ଓଡିଶାରେ ବିଜୁଳି ଉତ୍ପାଦନ ହେଉଥିବା ବେଳେ ଅଧିକା ଟଙ୍କାରେ ଉପଭୋକ୍ତାଙ୍କୁ ବିକ୍ରି ହେଉଥିବା ଅଭିଯୋଗ କରି ଏହି ଧାରଣା ଦିଆଯାଇଛି ।ଯଦି ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନ ନିଅନ୍ତି ତାହାହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧରଣା ଦେଇଥିବା ନେତା ମାନେ କହିଥିଲେ । ପରିଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର SDO ବିପ୍ରେଶ କୁମାରଙ୍କୁ ଦେଇଥିଲେ ।

Leave A Reply

Your email address will not be published.