ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତରେ କାର୍ଯ୍ୟକରୁଥିବା ପିପୁଲ୍‌ଏକ୍ସନ୍ ଗ୍ରୁପ୍ ବା(ପିଏଜି)ମାନଙ୍କର ବକେୟା ଦରମା ନମିଳିବା ହେତୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପିଏଜି କର୍ମଚାରୀମାନେ ଗଣ ଧାରଣା ଦେଇଥିଲେ । ପିଏଜି ଓ ସିସି ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ଏବଂ ପିଏଜି କୋଡିନେଟରଙ୍କ ନେତୃତ୍ୱରେ ସମସ୍ତ ୭ବ୍ଲକ ଏବଂ ୪ଏନଏସି ସମେତ ୨୯୮ଜଣ କର୍ମଚାରୀମାନେ ସେମାନଙ୍କର ତିନିଦଫା ନେଇ ବନ୍ତଛକ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାଲି ଆସିବା ପରେ ଗଣଧାରଣା ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାରେ ପିଏଜିରେ କାର୍ଯ୍ୟରତ ୨୯୮ଜଣ ଙ୍କୁ ଜିଲ୍ଲାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୧୭ ଡ଼ିସେମ୍ବର ୩୦ରେ ନିଯୁକ୍ତି ଦିଆଯାଇଥିଲା । ଏହି କର୍ମଚାରୀମାନଙ୍କୁ ଭୁବନେଶ୍ୱରର ଆର୍ଯ୍ୟଭଟ୍ଟ ସଭିସ୍ ପ୍ରୋଭାଡ଼ର ସଂସ୍ଥା ପକ୍ଷରୁ ପ୍ରତ୍ୟେକ ପଂଚାୟତରେ ଭିନ୍ନକ୍ଷମମାନଙ୍କର ଆବଶ୍ୟକୀୟ ପ୍ରମାଣପତ୍ର ଓ ମଧୁବାବୁ ପେନ୍‌ସନ୍ ଏବଂ ଇନ୍ଦିରାଗାନ୍ଧୀ ପେନ୍‌ସନ୍ ଯୋଜନାରେ କାର୍ଯ୍ୟପାଇଁ ଅଦ୍ୟାବଧି କାର୍ଯ୍ୟକରିଆସୁଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ଗୋଟିଏମାସର ପାରିଶ୍ରମିକ ଦେଇ ଅନ୍ୟ ବକେୟା ମାସର ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଜିଲ୍ଲାର ୨୯୮ଜଣ କର୍ମକର୍ତ୍ତା ନିଯୁକ୍ତି ହରାଇ ସାମ୍ପ୍ରତିକ କରୋନା ପରସ୍ଥିତିିରେ ଘୋର ଦୁର୍ଦ୍ଦଶା ମଧ୍ୟରେ ଜୀବନ ଅତିବାହିତ କରି ଆସିଛୁ ଏବଂ ତନ୍ମଧ୍ୟରୁ ୫୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଅଛନ୍ତି । ପ୍ରକାଶ ଥାଉକି ଅଗଷ୍ଟମାସ ୨୦୨୦ ମସିହାରୁ ପାଞ୍ଚ ମାସର ପାରିଶ୍ରମିକ ଅର୍ଥ ଆସି ଜିଲ୍ଲାରେ ଅଛି । ଆଜକୁ ଆଠମାସ ବିତିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପାରିଶ୍ରମିକ ପାଇପାରି ନାହୁଁ । ହେଲେ ଆମ ପଛରେ ନୂଆପଡ଼ା ଓ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ପାରିଶ୍ରମିକ ପାରିସାରିଲେଣି । ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ । ସାମାଜିକସୁରକ୍ଷା କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ଏହା ଫଳ ଏପର୍ଯ୍ୟନ୍ତ ସୁଧା କିଛି ମିଳିପାରି ନାହିଁ । ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନେ ପିଏଜିମାନଙ୍କୁ ବିଭିନ୍ନ ପ୍ରକାର ନଥିପତ୍ର ମାଗି ଏବଂ ଟାଳଟୁଳନୀତି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛିବୋଲି କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସୂଚନାଯୋଗ୍ୟ ବକେୟା ଦରମା ଚିଠିସଂଖ୍ୟା ୫୬୩୬ (୪.୮.୨୦୨୦)ରିଖରେ ଭିନ୍ନକ୍ଷମ ସଶାକ୍ତିକରଣ ବିଭାଗ ଓଡ଼ିଶାସରକାରଙ୍କ ତରଫରୁ ମଞ୍ଜୁରୁ ହୋଇଥିବା ସତ୍ତ୍ୱେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ପଦାଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଟାଳଟୁଳ ନୀତି ଅବଲମ୍ବନ କରି ପିଏଜିମାନଙ୍କୁ ହଇରାଣ ହରକତ କରୁଛନ୍ତି । ଯାହାଫଳରେ ପିଏଜିମାନେ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣରୂପେ ନିର୍ଯ୍ୟାତିତ ହୋଇଆସୁଅଛନ୍ତି । ଆଜି ଶତାଧିକ ପିଏଜି କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଓ ଅଭିଯୋଗ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଏବଂ ପିଏଜି କର୍ମଚାରୀଙ୍କ ଧାରଣାସ୍ଥଳକୁ ଆସି ଏହି ସମସ୍ୟାର ସମାଧାନ ତୁରନ୍ତ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକି ଆସନ୍ତା ୨୫ତାରିଖ ସୁଦ୍ଧା ଏହି ସମସ୍ୟାର ସମାଧାନ ନହେଲେ ବାଧ୍ୟହୋଇ ପିଏଜି ସଂଘ ପୁନଃର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଗଣମାଧ୍ୟମଙ୍କ ଜରିଆରେ ଚେତାବନୀ ଦେଇଛନ୍ତି । ଏହି ଗଣଧାରଣାରେ ପିଏଜି କୋଅଡ଼ିନେଟର ଶଂଙ୍କର୍ଷଣ ଦଳାଇ, ମିଥୁନ କୁମାର ଜେନା, ହୃଦାନନ୍ଦ ପାଢୀ, ସ୍ମୃତିରେଖା ନାୟକ, ଅମର ମଲ୍ଲିକ, ପ୍ରତାପ କୁମାର ସାହୁ, ପ୍ରଭାକର ରାଉତଙ୍କ ସମେତ ବହୁ ପିଏଜିକର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.

one × 2 =