ବିଶ୍ୱରେ କରୋନାରେ ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୬୫ ହଜାର ।

ନୂଆଦିଲ୍ଲୀ,(ବସୁନ୍ଧରା): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୬୫ ହଜାର ୫୧୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୧୮ ଲକ୍ଷ ୯୭ ହଜାର ୮୦୦କୁ ବୃଦ୍ଧି ପାଇଛି । ମୋଟ ୧୦ କୋଟି ୬୧ ଲକ୍ଷ ୮୩ ହଜାର ୭୦୮ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୨୮ ଲକ୍ଷ ୪୮ ହଜାର ୫୭୫ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୮ ହଜାର ୮୪୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୧ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୮ ହଜାର ୭୭୭ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Leave A Reply

Your email address will not be published.