ଆଗାମୀ ୪/୫ ଦିନ ମଧ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବ:ବାଚସ୍ପତି

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଦିନବେଳା କର୍ଫ୍ୟୁ । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ଦିଆଯାଇଛି । ଆଗାମୀ ୪/୫ ଦିନ ମଧ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ରହିଛି । କରୋନା ନେଇ ସମସ୍ତ ଜନସାଧାରଣ ସଚେତନ ରହିବା ଆବଶ୍ୟକ । ତେବେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଧ୍ୟାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Leave A Reply

Your email address will not be published.