ଅମିତ କଲେଜ ଛାତ୍ର ଯଜ୍ଞଜ୍ୟୋତି ସାମ୍ବାଦିକତାରେ ପାଇଲେ ସ୍ବର୍ଣ୍ଣ ପଦକ।

ଭୁବନେଶ୍ୱର,(ବସୁନ୍ଧରା): ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨0୧୮-୨0୨0 ଶେଷ ବର୍ଷର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି |

ତାଙ୍କର ଏହି ସଫଳତା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡ଼ୁ ଉତ୍ସବର ଉଦଘାଟନ କରିବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ସମାବର୍ତ୍ତନ ମଞ୍ଚରେ ସ୍ବର୍ଣ୍ଣ ପଦକ, ମାନପତ୍ର ଗ୍ରହଣ କରିଛନ୍ତି |

ଶ୍ରୀ ଯଜ୍ଞଜ୍ୟୋତି ବେହେରା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଶ୍ରୀ ନିକୁଞ୍ଜ କୁମାର ବେହେରାଙ୍କର ଏକ ମାତ୍ର ପୁତ୍ର ଅଟନ୍ତି | ଶ୍ରୀ ବେହେରାଙ୍କ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗରୁ ଗତ ୫ ବର୍ଷ ମଧ୍ୟରେ ଆହୁରି ୩ ଜଣ ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି କଲେଜ ପାଇଁ ସୁନାମ ଆଣିଛନ୍ତି |

ଯଜ୍ଞଜ୍ୟୋତି ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତାମାତା, ଅମିତ କଲେଜର ନିର୍ଦେଶକ ଶ୍ରୀ ଅଧୀପ ନାରାୟଣ ମହାନ୍ତି, ଅଧକ୍ଷ ଶରତ କୁମାର ନାୟକ,ବିଭାଗୀୟ ଅଧ୍ୟାପକ,ଛାତ୍ରଛାତ୍ରୀ ଏବଂ ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି |

Leave A Reply

Your email address will not be published.

one × one =