ଆର୍ଥିକ ଦୁର୍ବଳ ଛାତ୍ରୀମାନଙ୍କ ପାଇଁ ବିଦ୍ୟାସେବା ମେଧାବୃତ୍ତି

କୋଲକାତା,(ବସୁନ୍ଧରା): କୋଲକାତା ସ୍ଥିତ ଅନନ୍ତ ସେବା ଫାଇଣ୍ଡେସନ ଆର୍ଥିକ ଅନଗ୍ରସର ପରିବାରରୁ ଆସିଥିବା ଛାତ୍ରୀମାନଙ୍କ ପାଇଁ ‘ବିଦ୍ୟାସେବା ମେଧାବୃତ୍ତି’ ର ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ମେଧାବୀ ଛାତ୍ରୀମାନଙ୍କ ନିମନ୍ତେ ଟୁ୍ୟସନ ଖର୍ଚ୍ଚ ତଥା ପୁସ୍ତକ କିଣା ତଥା ଏକ ନିର୍ଦ୍ଧିଷ୍ଟ ପରିମାଣର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ଅନନ୍ତ ସେବା ଫାଇଣ୍ଡେସନର ନିଦେ୍ର୍ଧଶକ କୌଶିକ ସିହ୍ନା କହିଛନ୍ତି “ ଭାରତ ବର୍ଷରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ୩୮% ଛାତ୍ରୀ ପାଠ ଅଧାରୁ ଛାଡ଼ି ଦେଉଛନ୍ତି, ଯାହାକି ଏକ ବଡ଼ ଚିନ୍ତାର ବିଷୟ । ପର୍ଯ୍ୟାୟ କ୍ରମେ ଏହି ସମସ୍ୟାକୁ ସାମାଧାନ କରିବାକୁ ଆମେ ସଂକଳ୍ପ ନେଇଛୁ । ପ୍ରଥମ ବର୍ଷରେ ଆମେ ୧୦୦ ଜଣ ଯୋଗ୍ୟ ତଥା ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ସହିତ ଆମର ସଦସ୍ୟମାନଙ୍କ ଦ୍ୱାରା ସଠିକ୍ ମାର୍ଗଦର୍ଶନ କରାଯିବ । ଏହି ବୃତ୍ତି ଭାରତର ସବୁ ରାଜ୍ୟର ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଏହି ସହାୟତା ସେମାନଙ୍କର +୨ ଶେଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।
ଯୋଗ୍ୟତା ମାନଦଣ୍ଡ : (୧) ଛାତ୍ରୀ ଜଣକ ପୂର୍ବ ବର୍ଷ ବାର୍ଷିକ ପରୀକ୍ଷାରେ ସର୍ବନିମ୍ନ ୬୦% ନମ୍ବର ରଖିଥିବେ । (୨) ଛାତ୍ରୀ ଜଣକ ଆର୍ଥିକ ଦୁର୍ବଳ ପରିବାରୁ ଆସିଥିବେ, ଯାହାର ବାର୍ଷିକ ରୋଜଗାର ଟ.୬୦୦୦/-ରୁ ଅଧିକ ହୋଇନଥିବ । (୩) ଏକକ ଅଭିବାବକ ଥିବା ଛାତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯିବ ।
ଦରଖାସ୍ତ ସହିତ ଆବଶ୍ୟକ ନଥିପତ୍ର : (୧) ନିଜ ଓ ନିଜ ପରିବାର ବିଷୟରେ ହସ୍ତଲିଖିତ ପତ୍ର (ଇଂରାଜୀ/ହିନ୍ଦୀ) । (୨) ଠିକଣା ପ୍ରମାଣପତ୍ର (ଆଧାର କାଡର଼୍) । (୩)ଗତ ବର୍ଷର ସ୍କୁଲ ପରିଚୟ ପତ୍ର । (୪) ଗତ ବର୍ଷର ନମ୍ବର ପ୍ରମାଣପତ୍ର । (୫) ଅଭିବାବକଙ୍କ ବାର୍ଷିକ ରୋଜଗାର ପ୍ରମାଣପତ୍ର । (୬) ସ୍କୁଲ ତରଫରୁ ଛାତ୍ରୀ ସପକ୍ଷରେ ସୁପାରିଶ ପତ୍ର ।
ଆବେଦନକାରୀ ସେମାନଙ୍କ ଦରଖାସ୍ତ ହ୍ୱାଟ୍ସଆପ୍ ନମ୍ବର ୭୫୯୬୦୨୭୨୭୦ ରେ ପଠାଇ ପାରିବେ । ଦରଖାସ୍ତ ଚୟନ ପ୍ରକ୍ରିୟା ୨ ଏପ୍ରିଲ, ୨୦୨୧ରୁ ୩୧ ମଇ ୨୦୨୧ ପର୍ଯ୍ୟନ୍ତ ଖୋଲା ରହିବ ।

Leave A Reply

Your email address will not be published.