ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର, (ବସୁନ୍ଧରା): ରାଜ୍ୟରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ଆରମ୍ଭ କରିଛି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍ ଜାରି କରିଛି।

ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯିବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣଙ୍କୁ ଉପସ୍ଥିତି ରହିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ।

Leave A Reply

Your email address will not be published.