ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ ।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଡାକ୍ତର ଜ୍ଞାନ ଦାସ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ତଥା ଜିଲ୍ଲାର ବିଧାୟକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ମହାପୁଋଷ ମାନେ ବିଶେଷ ପ୍ରୟାସ କରିଥିଲେ, ସେମାନଙ୍କ ସ୍ମୃତି ଚାରଣ କରିଥିଲେ ଉପସ୍ଥିତ ବକ୍ତା ମାନେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ପ୍ରଗତି ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ସହ ଉତ୍କଳ ପ୍ରଦେଶ ଗଠନ ଦିଗରେ ଭଦ୍ରକ ଜିଲ୍ଲାର ବରପୁତ୍ର ମାନଙ୍କ ସମ୍ପର୍କରେ ଜିଲ୍ଲାପାଳ ଡାକ୍ତର ଜ୍ଞାନ ଦାସ ଆଲୋକପାତ କରିଥିଲେ।

Leave A Reply

Your email address will not be published.