ବାଇକ୍ ଡିକି ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ।

କଟକ,(ବସୁନ୍ଧରା): ବୁଧବାର ସଂଧ୍ୟା ପ୍ରାୟ ୮ ରୁ ୮.୩୦ ମଧ୍ୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରୁ ବାଇକ୍ ଡିକି ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଛି । କୁଳଗାଁଇଶାଳୋରେ ଥିବା ନିଜ ସୁନା ଦୋକାନକୁ ଦୀପକ ମଣ୍ଡଳ ବନ୍ଦ କରି ବାଇକର ଡିକି ରେ ୮୦୦ ଗ୍ରାମ ରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଏକ ଜରି ରେ ପୁରାଇ ଘରକୁ ଫେରୁଥିବା ବେଳେ ଅସୁରେଶ୍ବର ବଜାରରେ ଜଣଙ୍କ ଘରକୁ ନିଜର ବାକି ଥିବା କିଛି ଟଙ୍କା ଆଣିବାକୁ ଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍ ରେ ଆସି ସୁନା ଦୋକାନୀ ଙ୍କ ବାଇକ୍ ଡିକି ଭାଙ୍ଗି ସବୁ ସୁନା ଅଳଙ୍କାର ନେଇ ଯାଇଛନ୍ତି।

ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ଓ ନେମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନି ପୋଲିସ।

Leave A Reply

Your email address will not be published.