ମୋବାଇଲ ଚୋର ଗିରଫ।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମୋବାଇଲ୍ ଚୋରି ଭଦ୍ରକରେ ବାରମ୍ବାର ହୋଇଆସୁଥିବାବେଳେ ଏ ସଂପର୍କରେ ବିଭିନ୍ନ ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗକୁ ଭିତ୍ତିକରି ପୁରୁଣାବଜାର ପୋଲିସ ପକ୍ଷରୁ ଚାରିଆଡେ ଚଢାଉ କରାଯାଉଥିବା ଅବସ୍ଥାରେ ପୁରୁଣାବଜାର ଥାନା ଅଧୀନସ୍ଥ ମୀରାମହଲା ଗ୍ରାମର ସେକ୍ ଅବଦୁଲ ରହେମାନଙ୍କ ପୁତ୍ର ସେକ୍ ମହିଉଦ୍ଦିନ୍‌କୁ ପୁଲିସ୍ ଗିରଫ କରିବା ସହ ତା ନିକଟରୁ ୨ ଟି ଚୋରି ମୋବାଇଲ୍ ଉଦ୍ଧାର କରିଛି । ଏହି ଘଟଣାରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

Leave A Reply

Your email address will not be published.