ବିରିବାଟିରେ “ବସୁନ୍ଧରା” କୁ ଭୂୟସୀ ପ୍ରସଂଶା ।ସମାଜ ଗଠନରେ ପତ୍ର ପତ୍ରିକା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ : ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।
କଟକ,(ବସୁନ୍ଧରା):କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ବିରିବାଟି ମା ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ସେଵା,ଆଲୋଚନା ଚକ୍ର,ପତ୍ରପତ୍ରିକା ଉନ୍ମୋଚନ ଅବସରରେ ପିପସା ମହାନ୍ତିଙ୍କ ସମ୍ପାଦନାରେ ନିୟମିତ ପ୍ରକାଶ ପାଉଥିବା ପାଖିକ ଖବରକାଗଜ “ବସୁନ୍ଧରା” ଲୋକାର୍ପିତ ହୋଇଥିଲା । ଏହି ସଭାରେ ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବରେଣ୍ୟ ସଂଯୋଜକ ସୁବକ୍ତା ତନ୍ମୟ କୁମାର ଦାଶ,ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, କୃଷକ ନେତା ଦେବୀ ପ୍ରସାଦ ପତି, ନିରଂଜନ ରାଉଳ, ସୁରେସ ଜେନା, ବିଜୟ ନାୟକ, ସଂଜୟ ସେଠୀ, ବାବୁଲି ପାତ୍ର, ସଂଜୟ ସାହୁ, ସନ୍ତୋଷ କୁମାର ଭୋଇ, ଓଁମ ପ୍ରକାଶ ପରିଡ଼ା, ସିଦ୍ଧାର୍ଥ ଭୋଇ, ଜଗନ୍ନାଥ ମହନ୍ତ, ରାମଚନ୍ଦ୍ର ପଣ୍ଡା, ବଳରାମ ନାୟକ, ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତରହି ବସୁନ୍ଧରାକୁ ଉନ୍ମୋଚନ କରିବାସହ ସମସ୍ତ ବିଭାଗ ଖୁବ ପାଠକୀୟ ସ୍ୱୀକୃତି ଲାଭ କରିବାସହ ଖବରକାଗଜର ଉତ୍ତରୋତ୍ତର ଉର୍ଣ୍ଣତି କାମନା କରିଥିଲେ ।