ଆସନ୍ତୁ ଜାଣିବା ଆଜିର ଭାଗ୍ୟଫଳ।

ମେଷ: ଅଶୁଭ ଗ୍ରହ ପ୍ରଭାବ ରହିବା ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟହାନି ଚିନ୍ତାର କାରଣ ହେବ ।

ବୃଷ: ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ ରହିବେ । ଆଶାତୀତ ମାନ ସମ୍ମାନ, ଟଙ୍କାପଇସା, ସୁମ୍ପର୍କ ବୃଦ୍ଧି ହେବ । ଆଶା ପୂରଣ ହେବ । ସକାଳୁ ସ୍ନାନସାରି ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ଶୁଭରେ ଦିନ କଟିବ ।

ମିଥୁନ: କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖାନା କର୍ମଜୀବୀ, ଔଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ । ଅଚାନକ ଖୁସିଖବର ମିଳିବ । ଧାର୍ମିକ ଭାବନା ବୃଦ୍ଧି ହେବ । ବ୍ୟାଙ୍କ, ବୀମା, ଋଣ ଯୋଜନା ମୁତାବକ ସଫଳ ହେବେ ।

କର୍କଟ: ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ବ୍ୟବସାୟରେ ଲାଭ ବଢିବ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ । ସଂକ୍ରମିତ ରୋଗ ହୋଇପାରେ ।

ସିଂହ: କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂଆ ଯୋଜନା କରି ସଫଳ ହେବେ । ଆର୍ôଥକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ ।

କନ୍ୟା: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । କୌଣସି ପ୍ରକାରେ ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ ।

ତୁଳା: କୌଣସି ବନ୍ଧୁ ସହଯୋଗ କରିବେ । ପାରିବାରିକ ମତାନ୍ତର ରହିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ମା’ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା: ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ମାତ୍ର ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ: ସମ୍ପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ । ଜନହିତକର ବା ନିଃସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର: ଦୁର୍ବଳ ଅନୁଭବ କରିବେ । ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ । ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ: ଦିନଟି ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଚେଷ୍ଟା ଅନୁଯାୟୀ ଫଳ ମିଳିବ । କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ: ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Leave A Reply

Your email address will not be published.