ବାଇକ୍ ଆରୋହୀଙ୍କ ମାସ୍କ ଯାଞ୍ଚ।


କଳାହାଣ୍ଡି,(ବସୁନ୍ଧରା): ବର୍ତ୍ତମାନ ପରିସ୍ଥିତିରେ କରାେନା ଭୟ ଅଧିକ ରୁ ଅଧିକ ମାତ୍ରା ରେ ଦେଖା ଦେଇଛି । ରାଜ୍ୟର ସମସ୍ତ ଜିଲ୍ଲା ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରାେନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଲୋକଙ୍କୁ ସରକାର ସମସ୍ତ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି ।


କଲମପୁର ବରଗାଁ ଛକ ଠାରେ କଲମପୁର ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ୱରେ ବାଇକ୍ ତଥା ଚାରି ଚକିଆ ଗାଡ଼ି ଆରୋହୀଙ୍କ ମାସ୍କ୍ ଯାଞ୍ଚ କରାଯାଇଥିଲା ।

ଆରୋହୀ ମାସ୍କ ପିନ୍ଧିନଥିଲା ଉକ୍ତ ବ୍ୟକ୍ତି ଠାରୁ ଜରିମାନା ଆଦାୟ କରି ପରବର୍ତ୍ତୀ ସମୟରେ ସଦାସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି ।

କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ।

Leave A Reply

Your email address will not be published.