ରାଷ୍ଟ୍ରୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଜାତୀୟ ସ୍ତରର ସେମିନାର

ଭୁବନେଶ୍ୱର,(ବସୁନ୍ଧରା): ବିକାସାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶାର ସହଭାଗୀତାରେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ନେଇ ଏକ ଜାତୀୟ ସ୍ତରର ସେମିନାର ଭୁବନେଶ୍ୱର ସ୍ଥାନୀୟ ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ୨୦୩୦ ବିଷୟକୁ ଆଧାର କରି ଏହି ସେମିନାର ହୋଇଥିଲା । କେନ୍ଦ୍ର୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶାର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମଙ୍କ ଦ୍ୱାରା ଭର୍ଚ୍ଚୁଆଲ ଏହାର ଉଦଘାଟନ କରିଥିଲେ ।

କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୈଳାସ ଶର୍ମା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତିର ଆବଶ୍ୟକତା ବିଷୟରେ କହିଥିଲେ । ତିନୋଟି ସେସନରେ ଏହି ସେମିନାର ହୋଇଥିଲା । ପ୍ରଥମ ସେସନରେ କେନ୍ଦ୍ର୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶାର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମଙ୍କ ଭର୍ଚ୍ଚୁଆଲ ଯୋଗଦାନ ଦେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର୍ରୀୟ ବିଶ୍ୱିବିଦ୍ୟାଳୟର ଉପ କୁଳପତି ଡଃ କ୍ଷିତି ଭୂଷଣ ଦାସ, ବିକାର୍ସାଥେ ବିଦ୍ୟାର୍ଥୀର ଟ୍ରଷ୍ଟି କ୍ରିଷ୍ଣା ଅଗ୍ରବାଲ ଉପସ୍ଥିତ ଥିଲେ ।
ସେହିପରି ଦ୍ୱିତୀୟ ସେସନରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗାରାଜ ଯୋଗ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତିର ଉପକାରିତା ସମ୍ବନ୍ଧରେ କହିଥିଲେ । ଆଇଆଇଟି ଖଡଗପୁରର ପ୍ରଫେସର କେଏଲ ପାଣିଗ୍ରାହୀ, ଏନଆଇଟି ରାଉରକେଲାର ପ୍ରଫେସର ଅକ୍ଷୟ ରଥ, ବିକାସାର୍ଥେ ବିଦ୍ୟାର୍ଥୀର ଟ୍ରଷ୍ଟି ଦିଲ୍ଲୀପ କୁମାର ଦାସ ଏବଂ ଓସଓୟୁର କୁଳପତି ଅର୍କ କୁମାର ଦାସ ମହାପାତ୍ର ଅନଲାଇନରେ ଯୋଡି ହୋଇଥିଲେ ।


ସେହିପରି ତୃତୀୟ ସେସନରେ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ଯୋଗ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ଓ କୁଶଳ ହେବାରେ ସହାୟକ ହେବ ବୋଲି କହିଥିଲେ । ବିଦ୍ୟାଭାରତୀ, ନୂଆଦିଲ୍ଲୀର ସଂଗଠନ ସମ୍ପାଦକ କେ ଏନ ରଘୁନନ୍ଦନ ଜୀ ଏଥିରେ ଯୋଗଦାନ କରି ଏହି ଶିକ୍ଷାନୀତି ଆଗାମୀ ପିଢୀକୁ ଆତ୍ମନିର୍ଭର ହେବାର ରାସ୍ତା ଦେଖାଇବ ବୋଲି କହିଥିଲେ । ଓୟୁଏଟିର ପ୍ରଫେସର ମହେନ୍ଦ୍ର ମହାନ୍ତି ମଧ୍ୟ ଏଥିରେ ଯୋଗଦାନ ଦେଇଥିଲେ ।


ଆଗାମୀ ଶିକ୍ଷାବର୍ଷରେ ରାଷ୍ଟ୍ରୀୟ ଶିକ୍ଷାନୀତି କିପରି ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ଓ କୁଶଳ କରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସୂଚାର ରୂପେ ରାଷ୍ଟ୍ରୀୟ ଶିକ୍ଷାନିତିର କିପରି ଲାଗୁ ହୋଇପାରିବ ସେ ସମ୍ବନ୍ଧରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ମତ ରଖିଥିଲେ । ଏହି ସେମିନାରରେ ରାଜ୍ୟର କୋଣଅନୁକୋଣରେ ଥିବା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଯୋଗ ଦେଇଥିଲେ ।


ଏଥିରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଭାପତି ଭାଗିରଥୀ ପୃଷ୍ଟି, ଦିଲ୍ଲୀପ କୁମାର ଦାସ, ରାଜ୍ୟ ଉପସଭାପତି ଶିବପ୍ରସାଦ ତ୍ରିପାଠୀ, ଧବଳେଶ ହୋତା, ଡଃ ଅକ୍ଷୟ ରଥ, ସୌମେନ୍ଦ୍ର ସ୍ୱାଇଁ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ରାଜ୍ୟ ସହ ସମ୍ପାଦକ ଦେବାଶିଷ ଶତପଥୀ, ବିଜୟ କଲତା, ଯାଜ୍ଞେସିନି ମହାପାତ୍ର, ଗୋପୀନାଥ ଟୁଡୁ, ସୁଧାଂଶୁ ସାହୁ, ଅର୍ଜିତ ପଟ୍ଟନାୟକ କେନ୍ଦ୍ରୀୟ କାର‌୍ୟ୍ୟକାରୀ ସଦସ୍ୟା ସ୍ମୃତିଶୁଧା ସାହୁ, ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ରାଉତ, ଡଃ ଜୋତିର୍ମୟ ନାୟକ , କବିତା କହଁର, ସଞ୍ଜୟ ମଲ୍ଲିକ, ସୌମ୍ୟରଞ୍ଜନ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.