ମୋଦି ନାଁ ନେଇଯିବା ଭୟରେ ନୂଆ ନୂଆ ଭେଳିକି ଦେଖାଉଛି ବିଜେଡି

ଭୁବନେଶ୍ୱର() ପ୍ରଧାନମବୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମ । କେନ୍ଦ୍ର
ସରକାରଙ୍କ ଫ୍ଲାଗସିପ ପୋଗ୍ରାମରେ ନୋମିନି କଲଚର ପରବର୍ତନ ହେବା କଥା ନୁହେଁ । ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ୟ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ । ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗସିପ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ୟ୍ୟାନ୍ୱୟନ ବଦଳାଯାଇପାରିବ ନାହିଁ । କିନ୍ତୁ ଓଡିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ୱାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତିନ କରି ଧର୍ତବ୍ୟ ଅପରାଧ କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ
ସଂପାଦିକା ଡ.ଲେଖାଶ୍ରୀ ସାମନ୍ତିସିଂହାର ଅଭିଯୋଗ କରିଛନ୍ତି ।

ଡ.ସାମନ୍ତସିଂହାର କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ବିଜେପି ପ୍ରଧାନମବୀ ଆବାସ ଯୋଜନା କେଳେଙ୍କାରୀ, ଅଯୋଗ୍ୟ ଲୋକଙ୍କୁ ଦଳୀୟ ଭିତିରେ ପକ୍କା ଘର ବଂଟନ, ବେନିୟମ ଭାବେ ବିଜୁ ପକ୍କା ଘର ଲୋଗୋ ଲଗାଇବା ଏବଂ ମୁଖ୍ୟମବୀଙ୍କ ଚଂଚକତାପୂର୍ଣ୍ଣ ଚିଠି ବିରୁଦ୍ଧରେ ଦୃଢ ପ୍ରତିବାଦ କରିଥିଲା । ଗତକାଲି ଭାରତ ସରକାରଙ୍କ ଗ୍ରାମୀଣ ବିକାଶର ପ୍ରମୁଖ ସଚିବ ଓଡିଶା ସରକାରଙ୍କୁ ଚିଠି ଲେଖି ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ରାଜ୍ୟ ସରକାର ଏହାକୁ ବ୍ୟବହାର କରିପାରିବେ ନାହିଁ ବୋଲି ନିଦେ୍ର୍ଧଶ ଦେଇଛନ୍ତି । ଦୀର୍ଘଦିନ ଧରି ନିଜର ରାଜନୈତିକ ଅଭିସନ୍ଧି ରଖି ପ୍ରଧାନମବୀ ଆବାସ ଯୋଜନାକୁ ହଡପ କରି ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାଜ୍ୟ ସରକାର ପ୍ରଧାନମବୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭଷ୍ଟ୍ରାଚାର କରିଛନ୍ତି । ଏହି ଦୁର୍ନୀତିର ପର୍ଦ୍ଧାଫାଶ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ପ୍ରଥମେ ଆସିବା ପରେ ପ୍ରତିହିଂସା ପରାୟଣ ହୋଇ ମବୀ ପ୍ରତାପ ଜେନାଙ୍କ ନିଦେ୍ର୍ଧଶରେ ବିଜେପି ନେତା ବିକାଶ ଜେନା, କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଫନି ଏବଂ ଅମ୍ପାନ ମହାବାତ୍ୟା ସମୟରେ କେନ୍ଦ୍ରରୁ ମିଳିଥିବା କୋଟି କୋଟି ଟଙ୍କା ଅର୍ଥକୁ ଶାସକ ଦଳର ନେତା ଓ କର୍ମୀମାନେ ହଡପ କରିଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଗରିବ ଲୋକଙ୍କ ପାଖରେ ପକ୍କାଘର ପହଂଚାଇବାରେ ଶାସକ ବିଜେଡି ବାଧକ ସାଜିଛି । ଗରିବ ଲୋକଙ୍କୁ ପକ୍କା ଘର ମିଳିଲେ ବିଜେଡିର ଭୋଟବ୍ୟାଙ୍କ ରାଜନୀତି ବନ୍ଦ ହୋଇଯିବା ଭୟ ଘାରିଛି । ମୋଦି ନାଁ ନେଇଯିବା ଭୟରେ ବିଜେଡି ପ୍ରବକ୍ତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା କହି ନୂଆ ନୂଆ ଗପ ଶୁଣାଉଛନ୍ତି । ରାଜ୍ୟ ସରକାର ଏହା ପୂର୍ବରୁ ୧୦୮ ଆଙ୍କୁଲାନ୍ସ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିଥିଲେ । ସତ୍ୟକୁ ସ୍ୱୀକାର କରିବା ପାଇଁ ରାଜ୍ୟ ସରକାର କାହି ଁକି ଭୟଭୀତ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦି କାର୍ୟ୍ୟ କରୁଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗସିପ ପ୍ରୋଗ୍ରାମ ପ୍ରଧାନମବୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରୁନାହାଁନ୍ତି । ରାଜ୍ୟର ବିକାଶ ହେଲେ ସର୍ବପ୍ରଥମେ ରାଜ୍ୟବାସୀ ଉପକୃତ ହେବେ । ଶାସକ ବିଜେଡି ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥ ପ୍ରାଥମିକତା ହୋଇପଡିଛି । ରାଜ୍ୟ ସରକାରଙ୍କ ମିଛ ଧରାପଡିବା ପରେ ବିଜେଡି ପ୍ରବକ୍ତାମାନେ ପୁଣିଥରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା କାମରେ ପାଇଁ ଲାଗିପଡିଛନ୍ତି । ଗଣମାଧ୍ୟମରେ ବୟାନବାଜି ବନ୍ଦ କରି ବିକାଶରେ ବାଧକ ନସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ଗରିବ ଲୋକଙ୍କ ପାଖରେ ପହଂଚାଇବା କାମ କରନ୍ତୁ ବୋଲି ଡ. ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.