ଭଦ୍ରକ,(ବସୁନ୍ଧରା): ନାଟକ ବାସ୍ତବଧର୍ମୀ ହୋଇ ରଙ୍ଗମଞ୍ଚକୁ ଫେରୁ, ସମାଜର ଭାବାବେଗକୁ ତୋଳିଧରି ଜୀବନ୍ତ ହେଉ ଏବଂ ଦର୍ଶକମାନଙ୍କ ସହିତ ମିତ୍ରତା ସୂତ୍ରରେ ବାନ୍ଧି ରହି ସେମାନଙ୍କ ହୃଦୟରେ ବସାଘର କରୁ ବୋଲି ଭଦ୍ରକ ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଇଣ୍ଟର ନ୍ୟାସନାଲ ଥିଏଟର, ଭଦ୍ରକ ଶାଖା ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ନାଟ୍ୟଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ସମାରୋହରେ ଭଦ୍ରକ ଜିଲ୍ଲା ଶାଖା ସଭାପତି ବିଶିଷ୍ଟ ନାଟ୍ୟ ପ୍ରତିଭା ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପଦ୍ମକାନ୍ତ ଧଳଙ୍କ ପୌରୋହିତ୍ୟ କରିଥିବା ବେଳେ ସ୍ତମ୍ଭକାର ଇଂ ଅଭୟ ସୂତାର ମୁଖ୍ୟଅତିଥି, ଅମୃତ ଦର୍ଶନ ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ପଣ୍ଡିତ ଦୈତ୍ୟାରୀ ମହାପାତ୍ର , ଭଦ୍ରକ ପୂଜ୍ୟପୂଜା ସଂସଦର ସମ୍ପାଦକ ରୂପକ ବିହାରୀ ରାୟ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଅଭୟ କୁମାର ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ଅଟଳ ବିହାରୀ ନାୟକ ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସଂଗଠନର ସମ୍ପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତ ସମ୍ପାଦକୀୟ ବକ୍ତବ୍ୟ ସହ ବିଶ୍ୱ ନାଟ୍ୟ ଦିବସର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ସହସମ୍ପାଦକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମନୋରମା ରାୟ ଧନ୍ୟବାଦ ଅର୍ପଣ କରିିଥିଲେ । ଏହି ଅବସରରେ ବିଶିଷ୍ଟ ସଂଗୀତଜ୍ଞ ଡ. କେଶବ ଚନ୍ଦ୍ର ଜେନାଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କ ଉଦ୍ଦେଶ୍ୟରେ ଇଂ ସୀତାଂଶୁ ଷଡଙ୍ଗୀ ମାନପତ୍ର ପାଠ କରିଥିଲେ । କବି ଡ. ଅବନୀ ପ୍ରଧାନ, ଅଧ୍ୟାପକ କିଶୋର ପାଣିଗ୍ରାହୀ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ରାମନାରାୟଣ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଅଭିନେତା ସଂଜୀବ ନାୟକ, ଇଂ ଶଶାଙ୍କ ଶେଖର ପଣ୍ଡା, ନୃତ୍ୟଗୁରୁ ନାରାୟଣ ସାହୁ ଓ ଅମିୟ ମହାପାତ୍ର ସଂଳାପ ପରିବେଷଣ କରିଥିଲେ । ଅରୂପାନନ୍ଦ ନାୟକ ଓ ସାମ୍ବାଦିକା ଲିପିକା ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ହେମନ୍ତ ନାୟକ, ମୋହିନୀ ମୋହନ ମହାପାତ୍ର, ଗୌରାଙ୍ଗ ବାରିକ, କବି ବିପ୍ଳବ ହୋତା ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.