ବାହାଦୁରପଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କଳାହାଣ୍ଡି,(ବସୁନ୍ଧରା) :କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତ ବାହାଦୁର ପଦର ଗ୍ରାମ ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଶାରୀ ବଣ୍ଟନ ଅନୁଷ୍ଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କୋଭିଡ -19 ସମସ୍ତ କଟକଣା ଓ ନୀତି ନିୟମ ପାଳନ କରାଯାଇଥିଲା ।

ପଥର୍ଲା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲୀଳାବତୀ ଭାଟି,‌‌ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଦଇମଣି ବିଭାର୍,ଆଶା କର୍ମୀ ଶ୍ରୀମତୀ ବୈଶାଳୀ ପୋଡ଼, ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

ସ୍ୱାସ୍ଥ୍ୟ ସଚେତନ ଓ ମଶାରୀ ଘୋଡେଇ ଶଇବାର ଉପକାରିତା ଆଲୋଚନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ବନମାଳୀ ପୋଡ଼, ମହୀପାଳ ପୋଡ଼, ହରିଚନ୍ଦ୍ର କରସେଲ ସହଯୋଗ କରିଥିଲେ ।

କେସିଙ୍ଗାରୁ ନୃପରାଜ ସାହୁଙ୍କ ରିପୋର୍ଟ ଵଷୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.