ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା।

ଭୁବନେଶ୍ୱର,(ବସୁନ୍ଧରା): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଏପ୍ରିଲ ୧୭ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ବିଜେପି ଆଜି ତା’ର ପ୍ରାର୍ଥୀ ଭାବେ ପୁଣିଥରେ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଭରସା କରିଛି। ଶ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ପିିପିଲିରୁ ଦଳର ପ୍ରାର୍ଥୀ ହୋଇ ବିଜେଡିର ହେଭିୱେଟ୍ ନେତା ଦିବଂଗତ ପ୍ରଦୀପ ମହାରଥୀଙ୍କଠୁ ପରାଜିତ ହୋଇଥିଲେ। ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଦୋଳ ପୂର୍ଣ୍ଣିମୀ ଦିନ ଓ କଂଗ୍ରେସ ହୋଲି ପରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.