ଭଦ୍ରକ,(ବସୁନ୍ଧରା): ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶହୀଦ୍ ଭଗତ ସେନା ପକ୍ଷରୁ ବଳିଦାନ ଦିବସ ପାଳନ କରାଯାଇଥିଲା । ଚରମ୍ପା ଅଗ୍ରସେନ ଭବନରେ ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଭଗତ୍ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ଆବାହକତ୍ୱ ଅଧିବକ୍ତା ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା, ମୁଖ୍ୟବକ୍ତା ଭାବେ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ରୋହିତ ରାୟ ଯୋଗ ଦେଇ ଶହୀଦ୍ ଭଗତ ସିଂ, ଜୟୀ ରାଜଗୁରୁ, ଶୁକଦେବଙ୍କ ଦେଶପ୍ରେମ, ଦେଶ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୩୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ NDA ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ରୋନିତ ରଂଜନ ନାୟକ, ପଶୁପ୍ରେମୀ ଅଞ୍ଜନ କୁମାର ମହାନ୍ତି, ସେକ୍ ବୁଧିଆ, ହୋମଗାର୍ଡ ଦୋଳଗୋବିନ୍ଦ ମହାପାତ୍ରଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ଭଗତ୍ ସେନାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.