ଜଳ ସଂରକ୍ଷଣ।

ଭୁବନେଶ୍ୱର,(ବସୁନ୍ଧରା):

ଜୀବନ ମୋଡର ପ୍ରତି ପାହାଚରେ
ଜଳ ଅଟେ ବରଦାନ ;
ଜଳ ବିନା ଏଇ ସମଗ୍ର ସମାଜେ
ହେବ ନାହିଁ ଜୀବଦାନ ।

ଜୀବନ ସୃଷ୍ଟିର ଶ୍ରେଷ୍ଠ ଉପାଦାନ
ଜଳ ଏଇ ସଂସାରରେ ;
ଜଳ ବିନା ନାହିଁ ଜୀବନର ବାସ
ସ୍ବର୍ଗ ଅବା ପାତାଳରେ ।

ଜୀଇଁବା ପାଇଁତ ସମସ୍ତେ ଲୋଡନ୍ତି
ଜଳର ଅମୃତ ଧାର ;
ଛୋଟ ହେଉ ଅବା ବଡ ଜୀବନବି
ଲୋଡଇ ମଧୁର ଜଳ ।

ଜୀବନର ପରା ଅନ୍ୟ ନାମ ଏଠି
ଜଳ ,ଜଳ ଆଉ ଜଳ ;
ଜଳ ବିନା ନାହିଁ ବୃକ୍ଷର ପ୍ରାରମ୍ଭ
ଜୀବନ ଶୁଖିଲା ଡାଳ ।

ସୁମଧୁର ଜଳ ଜୀବନ ବଞ୍ଚାଏ
ଦୂଷିତ କରଇ ନାଶ ;
ବ୍ୟୟ କରିଦେଲେ ସୁମଧୁର ଜଳ
ଜଳଯେ ହୋଇବ ଶେଷ ।

ମଣିଷ ଶରୀର ପାଞ୍ଚଟି ତତ୍ତ୍ବରେ
ଗଢାତ ସଭିଏଁ ଜାଣ ;
ଜଳ ସେ ତତ୍ତ୍ୱରୁ ମୁଖ୍ୟ ଅଙ୍ଗ ପର
ଯାହା ଯୋଗେ ଚାଲେ ପ୍ରାଣ ।

ସତୁରି ଭାଗର ଜଳ ଶତକଡା
ରହିଛି ଏହି ଧରାରେ ;
ସୁମଧୁର ଜଳ ମାତ୍ର ତିନି ଭାଗ
ଯାହା ମିଳେ ଧରା କୋଳେ ।

ଆୟ ବ୍ୟୟ କଲେ ବର୍ଷା ଆକାରରେ
ହୁଏ ସେ ପାନୀୟ ଜଳ ;
ପାନୀୟ ଜଳକୁ ଅପବ୍ୟୟ କଲେ
ଆସିବ ଯେ ମହାକାଳ ।

କଥାରେ ରହିଛି ଜଳର ଅଭାବେ
ସଂସାର ହୁଅଇ ନାଶ ;
ସେହି ଜଳ ଯେବେ ଅଜସ୍ର ହୁଅଇ
ଶରୀର ହୁଅଇ ଭାସ ।

ବୃକ୍ଷର ରୋପଣେ ଜଳ ସଂରକ୍ଷଣ
ଏ କଥାକୁ ମନେ ରଖି ;
ଗଛ ଲଗାଇଲେ ଅମ୍ଳଜାନ ସହ
ଜଳ ହେବ ପ୍ରାଣ ପକ୍ଷୀ ।

ନଷ୍ଟ କରନାହିଁ ମଧୁର ଜଳକୁ
ଜଳ ବିନୁ ନାହିଁ ଗତି ;
ସଂରକ୍ଷଣ କଲେ ଜଳର ସ୍ରୋତକୁ
ସଭିଙ୍କ ହେବ ପ୍ରଗତି ।

ଜଳ ପ୍ରକୃତିର ବିରଳ ରତନ
ଯାହା ଈଶ୍ବରଙ୍କ ଦାନ ;
ସେହି ରତନକୁ କଲେ ସଂରକ୍ଷଣ
ରହିବ ସୃଷ୍ଟିର ମାନ……
ରହିବ ସୃଷ୍ଟିର ମାନ।

  ❤ସର୍ବେଶ୍ବର ସାହୁ❤

🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳

Leave A Reply

Your email address will not be published.

17 − 7 =