ବିଶ୍ୱ ଜଳଦିବସ ଅବସରରେ ଜଳ ବିତରଣ କେନ୍ଦ୍ରର ଉଦଘାଟନ।

ଭୁବନେଶ୍ୱର,(ବସୁନ୍ଧରା)ଆଜି ମାର୍ଚ୍ଚ 22 ତାରିଖ ବିଶ୍ୱ ଜଳ ଦିବସ | ଜଳ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସାରା ବିଶ୍ୱରେ ଏହି ଦିବସଟିକୁ ପାଳନ କରାଯାଉଛି | ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ତରଫରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି |

ଜଳର ଅପଚୟ ରୋକି, ବିଭିନ୍ନ ଉପାୟରେ ଜଳ ସଂରକ୍ଷଣ ଦ୍ଵାରା ରାଜଧାନୀରେ ଦେଖା ଦେଉଥିବା ଉତ୍କଟ ଜଳାଭାବରୁ କିଭଳି ଆଗାମୀ ଦିନରେ ରକ୍ଷା ମିଳିବ ସେ ବିଷୟରେ ପରିଷଦ ତରଫରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

ଏହି ଅବସରରେ ଏକ ଜଳ ବିତରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା | ପଥପ୍ରାନ୍ତ ବାଟୋଇ ମାନଙ୍କୁ ଶୀତଳ ଜଳ ପ୍ରଦାନ ଲାଗି ଲୋୟର ପିଏମଜି ରାସ୍ତା କଡରେ ଆରମ୍ଭ କରାଯାଇଥିବା ଏହି ଜଳଛତ୍ର କେନ୍ଦ୍ର ଆଗାମୀ ଗ୍ରୀଷ୍ମ ପ୍ରବାହ ପର୍ଯ୍ୟନ୍ତ ଚାଲୁରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି |

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ବମ୍ବେ ଓଡ଼ିଆ ମହାସଂଘର ସଭାପତି ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼.ବିପିନବିହାରୀ ମିଶ୍ର ଯୋଗ ଦେଇ ଜଳବିତରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |

ଆଜିର ଦିନରେ ଲୋକମାନେ ଜଳ ସଂରକ୍ଷଣର ଉପାଦେୟତା ବୁଝି ତାହାକୁ କାମରେ ଲଗାଇବା ନିମନ୍ତେ ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ | ତା ସହ ଅଧିକରୁ ଅଧିକ ସାମାଜିକ ସଂଗଠନ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଦିଗରେ କାମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ |

ଅନ୍ୟତମ ସମ୍ମାନିତ ଅତିଥି ଭାବେ କମିସନରେଟ ପୋଲିସର ବରିଷ୍ଠ ଅଧିକାରୀ ଏସିପି ମାନସ ଗଡ଼ନାୟକ ଓ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଯୋଗଦେଇ ପରିଷଦର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ |

ଜନମଙ୍ଗଳ ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ କର୍ମକର୍ତ୍ତା ସୁକାନ୍ତ ମହାନ୍ତି, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମଣ ଦାଶ, ମନୋରଞ୍ଜନ ଦାଶ, ଲକ୍ଷ୍ମୀ ବିଶ୍ୱାସ, ପବିତ୍ର ମହାରଥା, ବାବୁଲି ସ୍ବାଇଁ, ସୁର୍ଯ୍ୟକାନ୍ତ ସ୍ବାଇଁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Leave A Reply

Your email address will not be published.