ଆସନ୍ତୁ ଜାଣିବା ଆଜିର ଭାଗ୍ୟଫଳ, କଣ ରହିଛି ଆପଣଙ୍କ ରାଶିରେ ?

ମେଷ : ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ : ଦିନଟି ସାବଧାନର ସହ ବିତାନ୍ତୁ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ମିଥୁନ : କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କର୍କଟ : ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁ- ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଦିନଟି ଶୁଭଙ୍କର । ବିଜୟୀ ହେବେ ।

ସିଂହ : ଦିନଟି ବ୍ୟସ୍ତ ଭିତରେ କଟିବ । ସୁସ୍ଥ ରହିବେ । ପରିବାରରେ ହସ ଓ ଖୁସିର ପରିବେଶ ରହିବ ।

କନ୍ୟା : ଚାକିରିରେ ପରିବର୍ତ୍ତନର ଯୋଗ ରହିଛି । ପରିବାରରେ ଝଗଡ଼ା ହୋଇପାରେ । ସୋରିଷ ଖାଇ ଘରୁ ବାହାରନ୍ତୁ ।

ତୁଳା : ସାଙ୍ଗସାଥୀଙ୍କ ସହ ହସଖୁସୀରେ ସମୟ ଅତିବାହିତ କରିବେ । ଧନ ଲାଭର ଯୋଗ ରହିଛି । ବିଦେଶରୁ ଶୁଭ ସମାଚାର ମିଳିବ । କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି । ଆଜି ଭାଗ୍ୟବୃଦ୍ଧିର ସୁଯୋଗ ରହିଛି । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।

ବିଚ୍ଛା : କ୍ୟାରିଅରରେ ଉନ୍ନତି କରିବେ । ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଖର୍ଚ୍ଚ ବଢ଼ିବ । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ଧନୁ : ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ । ଧନପ୍ରାପ୍ତିର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ଦିନଟି ଶୁଭଙ୍କର । ବିଜୟୀ ହେବେ ।ପରିବାରରେ ହସ ଓ ଖୁସିର ପରିବେଶ ରହିବ ।

ମକର : ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଧୈର୍ଯ୍ୟହରା ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ପରିଶ୍ରମର ମୂଲ୍ୟ ମିଳିବ ।

କୁମ୍ଭ : କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ । ଚାକିରୀ ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା ବନାଇପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମୀନ : ଆଗକୁ ବଢ଼ିବାର ଦିନଟିଏ । ଆଜି ଆପଣଙ୍କ ପାଇଁ ଶୁଭଦାୟକ । ରାଜନୀତିରେ ସୀମା ବଢାଇବେ । ଆର୍ôଥକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ପ୍ରେମୀଜନଙ୍କଠାରୁ ସୁଖ ଓ ସନ୍ତୋଷ ମିଳିବ ।

Leave A Reply

Your email address will not be published.

5 × 4 =