ତୈଳ ଦର ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ।


ଜଟଣୀ,(ବସୁନ୍ଧରା): ଆଜି ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କରଙ୍କ ନେତୃତ୍ୱରେ ତୈଳ ଦର ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଜଟଣୀ ହରିଭାଇନା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ କର କହିଥିଲେ ଯେ ଉଭୟ ମୋଦି ଓ ନବୀନ ସରକାର ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କର ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ମୋଦି ଓ ନବୀନ ଟ୍ୟାକ୍ସ ବସିବା ଫଳରେ ଆଜି ଉଭୟ ତୈଳ ଦର ୧୦୦ ଟଙ୍କାରେ ପହଂଚିଛି ।

ରନ୍ଧନ ଗ୍ୟାସର ଦର ମଧ୍ୟ ଆକାଶଛୁୃଅାଁ । ମୋଦି କହିଥିଲେ ଯେ ତୈଳ ଦର ବୃଦ୍ଧି କରୁଥିବା ସରକାର ଦେଶଦ୍ରୋହୀ । ଏବେ ନିଜ ଭାଷାରେ ନିଜେ ନରେନ୍ଦ୍ର ମୋଦି ଦେଶଦ୍ରୋହୀ । ଉପାସରକାର ସମୟରେ ୧ ଟଙ୍କା ତୈଳ ଦର ବଢ଼ୁଥିବା ବେଳେ ରାଜରାସ୍ତାରେ ଚିକ୍ରାର କରୁଥିବା ବିଜେଡି ଦଳ ଏବେ ପାଟି ଚୁପ୍ କରି ବସିଛନ୍ତି । ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିବା ବେଳେ ମନମୋହନ ସିଂ ସରକାର ପେଟ୍ରୋଲ ଦର ୭୧ ଓ ଡିଜେଲ ଦର ୫୫ ଟଙ୍କାରେ ବିକ୍ରୟ ପାଇଁ ସକ୍ଷମ ହେଉଥିଲେ । ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଟଙ୍କା ଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର୧୦୦ ଟଙ୍କାରେ ପହଂଚିଛି । ପେଟ୍ରୋଲରେ ରାଜ୍ୟ ସରକାର ୨୧ ଟଙ୍କା ଓ ଡିଜେଲରେ ୧୮ ଟଙ୍କା ଟିକସ ନେଉଥିବା ବେଳେ କେନ୍ଦ୍ର ସରକାର ଯଥାକ୍ରମେ ୩୩ ଟଙ୍କା ଏବଂ ୩୨ ଟଙ୍କା ଟିକସ ନେଉଛନ୍ତି । ହାଣ୍ଡିଶାଳରେ, ଛକ ବଜାରରେ, ରାସ୍ତା ଘାଟରେ ଏହା ବିରୁଦ୍ଧରେ ବିପ୍ଳବ ହେବାର ଆଶବ୍ୟକତା ରହିଛି । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାରରେ ଉଭୟ ଯଥାକ୍ରମେ ୨ କୋଟି ଓ ୨ ଲକ୍ଷ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ଦେଶରେ ୩୦ କୋଟି ଏବଂ ରାଜ୍ୟରେ ୪୨ ଲକ୍ଷ ଯୁବକ ଯୁବତୀ ରାଜରାସ୍ତାରେ ନିଯୁକ୍ତି ପାଇଁ ଚିକ୍ରାର କରୁଛନ୍ତି ।

ଉଭୟ ନରେନ୍ଦ୍ର ମୋଦି ଓ ନବୀନ ରାଜ୍ୟ ଓ ଦେଶର ଯୁବକ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରର ନାକ ତଳେ ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ୨୧ ବର୍ଷର ନବୀନ ଶାସନ
ଏବଂ ୭ ବର୍ଷର ମୋଦି ଶାସନ ଖୋର୍ଦ୍ଧା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ନବୀନ ସରକାରଙ୍କ ଶାସନରେ ଖୋର୍ଦ୍ଧାଜିଲ୍ଲାର ଯୁତବକ ଯୁବତୀମାନେ ନିଯୁକ୍ତି ଦିଆଯାଉନାହିଁ । ଏଠିକାର ମୂଲ୍ୟମାନ ଜମିକୁ ସରକାର ଜବରଦଖଲ କରି ତାଙ୍କର କର୍ପୋରେଟ୍ ବନ୍ଧୁମାନଙ୍କୁ ଶାଗମାଛ ଦରରେ ଦେଇ ଦେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଯୁବକଯୁବତୀମାନେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୁଦ୍ଧରେ ଆନେ୍ଦାଳନ କରିବା ପାଇଁ ଶ୍ରୀ ରାଉତରାୟ ଆହ୍ୱାନ
ଦେଇଥିଷଲ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ତଥା ଯୁବ କଂଗ୍ରେସ ସାଧାରଣ ସଂପାଦକ ଦେବଦତ ପାତ୍ର, ପ୍ରକାଶ ମିଶ୍ର, ରଂଜିତ ପାତ୍ର, କଳିଙ୍ଗ ସାହୁ, ବଟକୃ୩⁄୪ ରାଉତରାୟ, ଜୟନ୍ତ ଭୋଇ, ଚନ୍ଦ୍ରକାନ୍ତ ମୁଦୁଲି, ସଙ୍କେତ ପାଟଶାଣୀ, ସିଲୁ ରଥ, ରାକେଶ ଦାସ, ସୌମ୍ୟ ଶ୍ରୀଚନ୍ଦନ, କାଳନ୍ଦି ନାୟକ, ବଟେଶ୍ୱର ବେହେରା, ଜୟକୃ୩⁄୪ ପଟନାୟକ, ମଂଟୁ ସାହୁ, ସୁକାନ୍ତ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

19 + six =