ଦୋଳ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପଜିଟିଭଙ୍କ ସଂଖ୍ୟା ୧୦୦ ଟପିଯାଇଛି । ତେଣୁ କୋଭିଡ କଟକଣାରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିଏମସି ଗାଇଡଲାଇନ୍ ଅନୁଯାୟୀ, ଦୋଳ ବିମାନ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଯାତ୍ରାରେ ସାମିଲ ହେଉଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସର୍ବାଧିକ ୬ ଜଣଙ୍କୁ ଯାତ୍ରାରେ ଯିବା ପାଇଁ ଅନୁମତି ମିଳିଛି । ଦୋଳ ବିମାନ ଯିବା ସମୟରେ ବାଦ୍ୟଯନ୍ତ୍ରକୁ ନିଷେଧ କରାଯାଇଥିବା ବେଳେ ୫୦ରୁ ୬୦ ଜଣଙ୍କୁ ଅନୁମତି ମିଳିଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.