ଚନ୍ଦ୍ରପୃଷ୍ଠରେ ଜାଗା କିଣିଲେ ଓଡ଼ିଶାର ଜଣେ ଯୁବକ ।

କେନ୍ଦ୍ରାପଡ଼ା,(ବସୁନ୍ଧରା): ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି ଓଡ଼ିଶାର ଜଣେ ଯୁବକ ଅଭୟ କୁମାର ସେନାପତି । ନ୍ୟୁୟର୍କସ୍ଥିତ ଲୁନାର ସୋସାଇଟି ଇଣ୍ଟରନ୍ୟାସନାଲ ତାଙ୍କୁ ଏହି ଜମି ଯୋଗାଇ ଦେଇଛି । ଜାଗାଟି ଅଭୟଙ୍କ ନାମରେ ରେଜିଷ୍ଟ୍ରି ହୋଇଥିବା ସମସ୍ତ କାଗଜପତ୍ରକୁ ସେ ନିଜ ପାଖରେ ରଖିଛନ୍ତି । ଲୁନାର ରିପବ୍ଲିକଠାରୁ ଏହି ଜମି ମିଳିଥିବା କାଗଜପତ୍ରରେ ଉଲ୍ଲେଖ ରହିଛି । ୨୦୦୫ ମସିହାରୁ ବେଙ୍ଗାଲୁରୁର ଏକ କମ୍ପାନୀରେ ଅଭୟ କାର୍ଯ୍ୟ କରିଆସୁଥିଲେ । ଗତ ଜାନୁଆରୀ ମାସରେ ଅଭୟଙ୍କ ଏକ ଝିଅ ଜନ୍ମ ହୋଇଥିଲା । ଚନ୍ଦ୍ରରେ ଜାଗା କିଣି ଝିଅକୁ ଉପହାର ଦେବା ପାଇଁ ଅଭୟଙ୍କୁ ତାଙ୍କର ବନ୍ଧୁମାନେ ପ୍ରସ୍ତାବ ଦେଇଥିଲେ । ଏହି ଜାଗାକୁ ଅଭୟ ନିଜ ଝିଅକୁ ଜନ୍ମଦିନରେ ଗିଫ୍ଟ ଆକାରରେ ଦେଇଛନ୍ତି ।

Leave A Reply

Your email address will not be published.