ୟୁଥ କ୍ଲବ ସିଆରା ତରଫରୁ ବିଜୟୀ ଟ୍ରଫି ପ୍ରଦାନ ସହ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ଭୁବନେଶ୍ୱର,(ବସୁନ୍ଧରା):କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଆଦର୍ଶ ଗାଁ ସିଆରା ଠାରେ ୧୫ ତମ ଜିଲ୍ଲା ସ୍ତରୀୟ କ୍ରିକେଟ କ୍ରୀଡା ଉଦଯାପିତ ହୋଇଯାଇଅଛି । ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ବାବୁ ସିଂ , ଶ୍ୟାମଳେନ୍ଦୁ ପ୍ରଧାନ , ରାଧାଶ୍ୟାମ ପ୍ରଧାନ , ସୁମନ୍ତ ପ୍ରଧାନ , ବାପୁଜି ପ୍ରଧାନ , ସରପଞ୍ଚ ସୌମ୍ୟରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ଅରଖକୁଦା ଓ ସିଆରା ମଧ୍ୟରେ ଖେଳାଯାଇଥିଲା । ଅରଖକୁଦା ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସିଆରା ୧୧ ଓଭରରେ ୮୦ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ବିଜୟୀ ଟ୍ରଫି ରଞ୍ଜନ ପ୍ରଧାନ , ସୂର୍ଯ୍ୟକାନ୍ତ ପ୍ରଧାନ , ଅବିନାଶ ପ୍ରଧାନ , ବିରେନ ପ୍ରଧାନ , ମନୋଜ ପ୍ରଧାନ , ଯୁବରାଜ ପ୍ରଧାନ , ବିଜ୍ଞାନ ବେହେରା , ବିଚିତ୍ର ପ୍ରଧାନ , ବିକାଶ ପ୍ରଧାନ , ସାଲୁ ପ୍ରଧାନ ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଥିଲେ । ଆଶିଷ କୁମାର ସ୍ବାଇଁଙ୍କୁ ” ବେଷ୍ଟ୍ ଅର୍ଗାନାଇଜ଼ର ଆୱାର୍ଡ – ୨୦୨୧ ” ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ଶଙ୍କର୍ଷଣ ସ୍ବାଇଁଙ୍କୁ ” ଗାୟକ ସୁରୁଜ ସମ୍ମାନ ” , ତ୍ରିନାଥ ପ୍ରଧାନଙ୍କୁ ” ଆଦର୍ଶ ସରପଞ୍ଚ ସମ୍ମାନ ” , ସୁବାସ ଚନ୍ଦ୍ର ସ୍ବାଇଁଙ୍କୁ ” କୁମାର କବି ସ୍ମୃତି ସମ୍ମାନ ” ଭୁବନାନନ୍ଦ ପ୍ରଧାନଙ୍କୁ ” ଚାଣକ୍ୟ ସମ୍ମାନ ” , ସୌମ୍ୟ ରଞ୍ଜନ ଲେଙ୍କାଙ୍କୁ ” ଦକ୍ଷ ସଂଗଠକ ସମ୍ମାନ ” ପ୍ରଦାନ କରାଯାଇଥିଲା । ସ୍କୋର ବୋର୍ଡ଼ରେ ରବୀନ୍ଦ୍ର ପ୍ରଧାନ , ବିଶ୍ୱଜିତ ପ୍ରଧାନ ଉପସ୍ଥିତ ଥିଲେ । ଦୁଇ ଖେଳ ପରିଚାଳକ ମନୋରଞ୍ଜନ ପ୍ରଧାନ ଓ ହଳଧର ବେହେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଗ୍ରାମାଞ୍ଚଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଆମ ୟୁଥ କ୍ଲବ ସିଆର ଏଭଳି ଏକ କ୍ରୀଡ଼ାର ଆୟୋଜନ କରିଥିଲା । ଏହା କରିବା ଦ୍ୱାରା ଐକ୍ୟ ଶାନ୍ତି ଶୃଙ୍ଖଳା ବନ୍ଧୁତ୍ୱ ପ୍ରତିଷ୍ଠା ହୋଇପାରିବ ବୋଲି ଆମ ଅନୁଷ୍ଠାନର ଆଶା ତଥା ବିଶ୍ୱାସ । ଏତଦ ବ୍ୟତୀତ ଆମ ୟୁଥ କ୍ଲବ , ସିଆରା ଲୁକ୍କାୟିତ ପ୍ରତିଭମାନଙ୍କୁ ଲୋକଲୋଚନକୁ ଆଣିବା , ପରିବେଶ ଓ ସମାଜସେବା କ୍ଷେତ୍ରରେ ଅଗ୍ରଗାମୀ ହେବ ବୋଲି ବଜ୍ର ସଂକଳ୍ପବଧ ।

Leave A Reply

Your email address will not be published.