ମୁମ୍ବାଇ,(ବସୁନ୍ଧରା) : ମାଗ୍ମା ଏଚ୍ଡିଆଇ ଜେନେରାଲ ଇନ୍ସୁରାନ୍ସ ଲିମିଟେଡ୍ (ମାଗ୍ମା ଏଚ୍ଡ଼ିଆଇ) ଏକ ମହତ୍ୱପୂର୍ଣ୍ଣ କାରବାରର ଘୋଷଣା କରିଛି, ଯେଉଁଥିରେ କମ୍ପାନୀରେ ନୂଆ ଅଂଶୀଦାର ଭାବେ ଦୁଇ ଫାମିଲି ଅଫିସ୍ ଏବଂ ସାଇଜା କେମ୍ ପ୍ରାଇଭେଟ୍ ଲିମିଟେଡ୍ (ପୁନାବାଲା ଗ୍ରୁପ୍ର କମ୍ପାନୀ) ସହିତ ଆଇସିଆଇସିଆଇ ଭେଞ୍ଚର ଏବଂ ମୋର୍ଗନ ଷ୍ଟେନ୍ଲି ପ୍ରାଇଭେଟ ଇକ୍ୱିଟି ଏସିଆ ଦ୍ୱାରା ପରି·ଳିତ ଫଣ୍ଡ ଯୋଗାଡ଼ କରିବାର ସମାବେଶ ରହିଛି । ୫୨୫ କୋଟି ଟଙ୍କାର କାରବାରରେ ୨୫୦ କୋଟି ଟଙ୍କାର ପ୍ରାଥମିକ ପୁଞ୍ଜି ଯୋଗାଡ଼ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ଏହା ୨୫୦ କୋଟି ଟଙ୍କାର ନୂଆ ପୁଞ୍ଜି କମ୍ପାନୀର ବିତରଣ କ୍ଷମତା ବୃଦ୍ଧି କରାଯିବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଭିବୃଦ୍ଧି ପୁଞ୍ଜି ପ୍ରଦାନ କରିବ । ୨୭୫ କୋଟି ଟଙ୍କାର ମଧ୍ୟବର୍ତ୍ତୀ ବିକ୍ରି ମାଗ୍ମା ଫିନ୍କର୍ପ ଏବଂ ଗ୍ରୁପ୍ କମ୍ପାନୀମାନଙ୍କୁ ବୀମା କମ୍ପାନୀଗୁଡ଼ିକରେ ନିଜର ମାଲିକାନା ଭାଗ ପ୍ରାପ୍ତ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମାର୍ଗଦର୍ଶିକାର ଅନୁପାଳନ କରିବାରେ ସମର୍ଥତା ସୃଷ୍ଟି କରିବ ।
ଏହି କାରବାର ଇନ୍ସୁରାନ୍ସ ରେଗୁଲେଟୋରୀ ଏବଂ ଡେଭଲପ୍ମେଣ୍ଟ ଅଥରିଟି (ଆଇଆରଡ଼ିଏଆଇ) ଏବଂ କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ସହିତ ଅଂଶଧାରକ ଏବଂ ନିୟାମକ ମଞ୍ଜୁରୀ ଅଧୀନ ଅଟେ ।
ଶ୍ରୀ ରାଜୀବ କୁମାର ସ୍ୱାମୀ, ପ୍ରବନ୍ଧ ନିଦେ୍ର୍ଧଶକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ, ମାଗ୍ମା ଏଚ୍ଡିଆଇ ଜେନେରାଲ ଇନ୍ସୁରାନ୍ସ ଅର୍ଥ ଯୋଗାଡ଼ ଉଦେ୍ଧଶ୍ୟରେ ଟିପ୍ପଣୀ କରିବା ଅବସରରେ କହିଛନ୍ତି ଯେ “ଆମେ କମ୍ପାନୀରେ ନୂଆ ଅଂଶୀଦାରମାନଙ୍କୁ ସ୍ୱାଗତ କରିବା ସହିତ ଖୁବ୍ ଆନନ୍ଦିତ ଅଟୁ ଏବଂ ଆମର ବର୍ତ୍ତମାନର ଅଂଶୀଦାରମାନଙ୍କ ନିରବଚ୍ଛିନ୍ନ ସହଯୋଗ ନିମନ୍ତେ ସେମାନଙ୍କୁ ଧନ୍ୟବାଦ । ନିବେଶକାରୀ ଦ୍ୱାରା କମ୍ପାନୀରେ ଅଣାଯାଇଥିବା ଅଭିବୃଦ୍ଧି ପୁଞ୍ଜି ଆମର କାରବାର ବୃଦ୍ଧି ଏବଂ ନୂତନ ସୁଯୋଗର ସଦୁପଯୋଗ କରିବାରେ ସମର୍ଥ ହେବ । ବୀମା କ୍ଷେତ୍ରରେ ନୁ୍ୟନ ପୈଠ ଏବଂ ମହାମାରୀର ପ୍ରାର୍ଦୁଭାବକୁ ନଜରରେ ରଖି ଦ୍ରୁତ ଅଭିବୃଦ୍ଧି ନିମନ୍ତେ ଆମେ ପ୍ରସ୍ତୁତ, ଯେଉଁଥିରେ ଲୋକମାନଙ୍କ ସୁରକ୍ଷା ନିମିତ୍ତ ବୀମା କ୍ଷେତ୍ରରେ ପ୍ରାଧାନ୍ୟ ଦେବା ପାଇଁ ଆମକୁ ବାଧ୍ୟ କରିଛି ।”
ମାଗ୍ମା ଏଚ୍୍ଡିଆଇ ଜେନେରାଲ ଇନ୍ସୁରାନ୍ସ ବିଗତ ୩ ବର୍ଷ ମଧ୍ୟରେ ୪୫% ସିଏଜିଆର ସହିତ ଏକ ଦ୍ରୁତ ଅଭିବୃଦ୍ଧି ପଥେ ଅଗ୍ରସର ହେଉଥିବା ଏକ କମ୍ପାନୀ । ୩୧ ଡିସେମ୍ବର ୨୦୨୦ରେ କମ୍ପାନୀର ସଲଭେନ୍ସି ୧.୫ଗୁଣ ଅପେକ୍ଷିତ ନିୟାମକ ସଲ୍ଭେନ୍ସି ତୁଳନାରେ ତାହା ୧.୮୧ଗୁଣ ଥିଲା । ୩୧ ଡିସେମ୍ବର ୨୦୨୦ରେ ସମାପ୍ତ ହେଉଥିବା ଆର୍ଥିକ ବର୍ଷ ୨୦୨୧ର ପ୍ରଥମ ୯ ମାସରେ ୯୧୧.୨ କୋଟି ଟଙ୍କାର ଜିଡବ୍ଲୁ୍ୟପି ଉପରେ ୨୨.୩ କୋଟି ଟଙ୍କାର ଟ୍ୟାକ୍ସ ପରବର୍ତ୍ତୀ ଲାଭାଂଶ ପ୍ରାପ୍ତ କରିଥିବା ବେଳେ ଗତ ବର୍ଷ ସମାନ ଅବଧି ମଧ୍ୟରେ ୯୮୪.୫ କୋଟି ଟଙ୍କାର ଜିଡବ୍ଲୁ୍ୟପି ଉପରେ ୭.୩ କୋଟି ଟଙ୍କାର ଟ୍ୟାକ୍ସ ପରବର୍ତ୍ତୀ ଲାଭ ମିଳିଥିଲା । ଡିସେମ୍ବର ୨୦୨୦ରେ ନିବେଶ ପରିମାଣ ୨୮୮୧ରେ ଥିଲା ।
ମାଗ୍ମା ଏଚ୍ଡିଆଇ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ସମ୍ବନ୍ଧରେ : ମାଗ୍ମା ଏଚ୍ଡିଆଇ ଜେନେରାଲ ଇନ୍ସୁରାନ୍ସ ମାଗ୍ମା ଫିନକର୍ମ ଲିମିଟେଡ୍ ଏବଂ ଏଚ୍ଡିଆଇ ଗ୍ଲୋବାଲ ଏସ୍ଇ, ଜର୍ମାନୀର ଏକ ସଂଯୁକ୍ତ ଉପକ୍ରମ ଅଟେ । କମ୍ପାନୀ ରିଟେଲ ଏବଂ ସଂସ୍ଥାଗତ ଗ୍ରାହକମାନଙ୍କୁ ବିଭିନ୍ନ ଜେନେରାଲ ଇନ୍ସୁରାନ୍ସ ଉପôାଦ ପ୍ରଦାନ କରେ । ରିଟେଲ କ୍ଷେତ୍ରରେ ଏହା ମୋଟର, ସ୍ୱାସ୍ଥ୍ୟ, ବ୍ୟକ୍ତିଗତ ଦୁର୍ଘଟଣା ଏବଂ ଗୃହ ତଥା କର୍ପୋରେଟ୍ ନିମନ୍ତେ ସମ୍ପତ୍ତି, ଫାୟାର, ମେରାଇନ୍ କାର୍ଗୋ, ଲିୟାବିଲିଟି ଇନ୍ସୁରାନ୍ସ ଆଦି ପ୍ରଦାନ କରେ । କମ୍ପାନୀର ୧୦୦୦ରୁ ଅଧିକ କର୍ମ·ରୀ ସହିତ ୧୩୩ ଶାଖା କାର୍ଯ୍ୟକ୍ଷମ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୦ ଲକ୍ଷରୁ ଅଧିକ ଗ୍ରାହକମାନଙ୍କ ସେବାରେ ବ୍ରତୀ ।
କମ୍ପାନୀକୁ ୨୦୨୦ରେ ରିସ୍କ ମ୍ୟାନେଜମେଣ୍ଟ ନିମନ୍ତେ ଗୋଲ୍ଡେନ୍ ପିକକ୍ ପୁରସ୍କାର, ରାଇଜିଙ୍ଗ୍ ଷ୍ଟାର କମ୍ପାନୀ ଅଫ୍ ଦି ଇଅର ଏବଂ ବିଏଫ୍ଏସ୍ଆଇ ଏକ୍ସିଲେନ୍ସ ପୁରସ୍କାର ୨୦୨୦ରେ ଏଆଇ ଏବଂ ରୋବୋଟିକ୍ଜନୀତ ଉକ୍ରୃଷ୍ଟ ଉପଯୋଗ ନିମନ୍ତେ ପୁରସ୍କାର ମିଳିଛି ।ଏହାକୁ ଇକୋନୋମିକ୍ ଟାଇମ୍ସ ଦ୍ୱାରା ଶ୍ରେଷ୍ଠ ବିଏଫ୍ଏସ୍ଆଇ ଗ୍ରାଣ୍ଡ ସୂଚୀରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.