ବିଦ୍ୟୁତ ତାର ଲାଗି ମାଆ ଓ ପୁଅ ମୃତ୍ୟୁ।

ଯାଜପୁର,(ବସୁନ୍ଧରା): ବିଦ୍ୟୁତ ତାରରେ ଲାଗି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରିରେ ପଡ଼ୋଶୀଙ୍କ ଘରେ ନିଆଁ ଲାଗିଥିଲା । ମା’ ଓ ପୁଅ ପଡ଼ୋଶୀଙ୍କ ଘରକୁ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ ଲାଗି ବିଦ୍ୟୁତ ସର୍ଭିସ୍ ତାର ତଳେ ଛିଣ୍ଡି ପଡ଼ିଥିଲା । ଉଭୟ ତାର ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.