ଧାନବିକ୍ରୀ ପାଇଁ ମାଳଦା ସମିତିରେ ଧାରଣା ଦେଲେ ଚାଷୀ।


ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀମାନେ ଗୁରୁବାର ଧାନବିକ୍ରୀ ପାଇଁ ଧାରଣା ଦେଇଥିଲେ । ଗତ ଫେବୃୟାରୀ ମାସ ୧୭ ତାରିଖ ଠାରୁ ଟୋକନ ପାଇଥିବା ଚାଷୀମାନେ ଧାନବିକ୍ରୀ କରି ପାରିନାହାନ୍ତି । ସମିତିକୁ ଟାର୍ଗେଟ ଆସିନଥିବା ଦର୍ଶାଇ ସମିତି ଧାନକିଣା ବନ୍ଦ କରିଦେଇଛି । ଏଭଳି ପରିସ୍ଥିତିରେ ଟୋକନ ଅବଧି ସମାପ୍ତ ହୋଇ ଚାଷୀମାନେ ଧାନବିକ୍ରୀ ସୁଯୋଗ ହରାଇଛନ୍ତି । ଏହାର ପ୍ରତିବାଦରେ ଚାଷୀମାନେ ସମିତି ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ ଓ ଥାନାକୁ ଜଣାଇ ଦେଇଥିଲେ । ତଦନୁଯାୟୀ କୃଷ୍ଣଚନ୍ଦ୍ର ମହାନ୍ତି, ବଳରାମ ବାରିକ, ଘନଶ୍ୟାମ ସାମଲ, ଶୁଭେନ୍ଦୁ ପରିଡା, ଟୁକୁନା ପହି, ବ୍ରଜକିଶୋର ବେହେରା ପ୍ରମୁଖ ଚାଷୀମାନେ ଧାରଣା ଦେଇଥିଲେ ।

Leave A Reply

Your email address will not be published.