ଭଦ୍ରକ,(ବସୁନ୍ଧରା):କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ସପ୍ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ହରିହାଟ କମିଟିର ସଭାପତି ବାଇଧର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତାଭାବେ ଶିକ୍ଷାବିତ ବାଇଧର ସାହୁ ,ସମ୍ମାନୀତ ଅତିଥିଭାବେ ଆବାହକ ତଥା ସାମ୍ବାଦିକ ରବି ନାରାୟଣ ଖିଲାର,ସଂପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ ପ୍ରମୁଖ ଯୋଗଦେଇ କହିଲେ ଭାଗବତ ପାଠ କଲେ ପ୍ରଭୂ ବିଜେ କରିଥାନ୍ତି । ୧୮୭୫ ମସିହାଠାରୁ ଏହି ସ୍ଥାନରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ନିଧିଚରଣ ବାରିକଙ୍କ ଘରୁ ମହାସମାରୋହରେ ଶୋଭାଯାତ୍ରା ସହ ପ୍ରଭୂ ବିଜେସ୍ଥଳୀରେ ବିଜେ କରିଥିଲେ । ପ୍ରତିବର୍ଷ ରଜସଂକ୍ରାନ୍ତରେ ଏଠାରେ ଜୀବନ୍ୟାସ, ପୂଜାର୍ଚ୍ଚନା ସଂଗେସଂଗେ ବ୍ରାହ୍ମଣ ନିମନ୍ତ୍ରୀତ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ କରିଥାନ୍ତି । ଗତ ୭ ବର୍ଷଧରି ଏଠାରେ ବାର୍ଷିକୋତ୍ସବରେ ଭାଗବତ ପାଠ ସହିତ ଅଧ୍ୟାତ୍ମିକ ପ୍ରବଚନ ହେଉଛି ,ଯାହାକି ସମଗ୍ର ଅଂଚଳରେ ବହୁ ଜଗନ୍ନାଥ ପ୍ରେମୀ ଏହାକୁ ଶ୍ରବଣ କରିଥାନ୍ତି । ଦୁଇଦିନ ବ୍ୟାପୀ ନାମଯ ଜ୍ଞ ହୋମ,ପୂଜାର୍ଚ୍ଚନା ହେଉଅଛି । କମିଟିର ଉପସଭାପତି ପ୍ରାକ୍ତନ କାଉନସିଲର ଚିଦାନନ୍ଦ ବାରିକ, କୋଷାଧ୍ୟକ୍ଷ ଅନନ୍ତ ବାରକି.ଭୀମ ମାହଲ,ବାବୁଲି ପୃଷ୍ଟି,ରାଜେନ୍ଦ୍ର ବାରିକ ଙ୍କ ସମେତ ଆବାଳ ବୃଦ୍ଧବନିତା ହଜାରହଜାର ସଂଖ୍ୟାରେ ଉପସ୍ଥିତ ରହି ପ୍ରଭୂଙ୍କ ଆଶିର୍ବାଦ ଭିକ୍ଷା କରିବା ସହିତ ପ୍ରସାଦସେବନ କରିଥିଲେ । । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନିହାର ରଂଜନ କର,ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଶିକ୍ଷୟତ୍ରୀ ମନୋରମା ରାୟ ,ରେଜସ୍ୱିନୀ ମହିଳା ସଂଗଠନର ସଭାନେତ୍ରୀ କଳ୍ପନା ଜେନା ,ଆବାହକ ରେଣୁବାଳା ଖିଲାର, ସାମ୍ବାଦିକ ସାଧନ ଧର,ସାମ୍ବାଦିକା ଲିପିକା ରାଉତ,ଯାଦବ ନେତା ଅମର ନାୟକ, କୃଷ୍ମଚନ୍ଦ୍ର ମହାକୁଡ ପ୍ରମୁଖ ବ୍ୟକ୍ତି ସମୂହଙ୍କ ଉପସ୍ଥିତି ସମାରୋହର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥିଲା । କମିଟିର କର୍ମକର୍ତ୍ତା ପ୍ରମୁଖଙ୍କ ତତ୍ୱାବଧାନରେ ଏହି ବାର୍ଷିକୋତ୍ସବ ସମାପିତ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Next Post