ଭୁବନେଶ୍ୱର,(ବସୁନ୍ଧରା):
ସମୟ ତ ସତେ ଅଫେରା ବାଟୋଇ
ଯାହା ଚାଲିଯାଏ ଥରେ ;
ଯେତେ ଚାହିଁଲେବି ଅଫେରା ସମୟ
ଜୀବନେ କି ଆଉ ଫେରେ ?
କେତେବେଳେ ସେହି “ସମୟ” ବାଟୋଇ
ହସ ହୋଇ ଝରିଯାଏ ;
ପୁଣି କେବେ ଆସି ଆମ ଜୀବନରେ
ଲୁହ ହୋଇ ବହିଯାଏ
ସମୟକୁ କେବେ ହେୟ କରନାହିଁ
କେହି ନାହିଁ ତାର ସମ ;
କେବେ ସେ ବସନ୍ତ ନୂଆ ଆଶା ପୁଣି
କେବେ ସାଜେ କାଳ ଯମ ।
ସମୟ ସାଥିରେ ତାଳ ଦେଇ ଯିଏ
ବାଟ ନିଜ ଚାଲୁଥାଏ ;
ସମୟ ହିଁ ତାକୁ ସମାଜ ଆଗରେ
ମାନ ଓ ସମ୍ମାନ ଦିଏ ।

ହେୟ ମନେ କରି ସମୟକୁ ଯିଏ
ଏବେ ନଷ୍ଟ କରୁଥିବ ;
ସମୟ ହିଁ ତାକୁ ଆଗାମୀ ଦିନରେ
ଭିକାରିର ଆଖ୍ୟା ଦେବ ।
ଉପଦେଶ ଦେବି ସମୟ କୁ କେବେ
କରନାହିଁ ଅବହେଳା ;
ସମୟ ତ ସତେ ଅଫେରା ବାଟୋଇ
ବୁଡାଇ ଦେବରେ ଭେଳା ।
❤ସର୍ବେଶ୍ବର ସାହୁ❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳