ଶିକ୍ଷା

ଭୁବନେଶ୍ୱର,(ବସୁନ୍ଧରା):

ଜୀବନ ମୋଡରେ ଶିକ୍ଷାହିଁ ଶିଖାଏ
ସୁଖ ଦୁଃଖ ଭଲ ମନ୍ଦ ;
ଶିକ୍ଷାର ଆଧାରେ ହସ ଖୁସି ଝରେ
ଲିଭିଯାଏ ସବୁ ଦ୍ବନ୍ଦ ।

ଶିକ୍ଷାର ଲାଭରେ ଭବିଷ୍ୟତ ହୁଏ
ଆନନ୍ଦ ଉଜ୍ଜଳ ମୟ ;
ଶିକ୍ଷାର ବିକାଶେ ସମାଜର ଗତି
ତୋଳଇ ସୁଖର ସୁଅ ।

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ
ଏହି ପ୍ରୟାସକୁ ଧରି ;
ଲେଖୁଛି ଆଜି ମୁଁ ଶିକ୍ଷା ବିଷୟରେ
ହାତରେ କଲମ ଧରି ।

ଶିକ୍ଷାର ଅର୍ଥତ ସଂସାରରେ ବୋଧେ
ସଭିଙ୍କୁ ଟିକିଏ ଜଣା ;
ଯିଏ ଜାଣେ ନାହିଁ ଶିକ୍ଷାର ମହତ୍ତ୍ଵ
ହୁଅଇ ସେ ବାଟ ବଣା ।

ଜୀବନ ମୋଡରେ ସଂଘର୍ଷର ଯାତ୍ରା
ବଢୁଛି ଦିନକୁ ଦିନ ;
ଶିକ୍ଷା ହିଁ ଦେଖାଏ ଆଲୋକିତ ଜହ୍ନ
ସୁଖର ହୋଇ ସାଧନ ।

ଶିକ୍ଷାର ପ୍ରଗତି ଆମ ଅଗ୍ରଗତି
ଏ କଥା କୁ ଟିକେ ହେଜ ;
ଶିକ୍ଷାର ପ୍ରକାଶେ ବିଶ୍ବର ବିକାଶ
ସଭିଏଁ ଏକଥା ବୁଝ ।

  ❤ସର୍ବେଶ୍ବର ସାହୁ❤ 

🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳

Leave A Reply

Your email address will not be published.