ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ ଘଟି ନଷ୍ଟ ହୋଇ ଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି | ଗ୍ରାମର ଧନେଶ୍ୱର ମହୁରୀ ଓ ପୂର୍ଣ୍ଣଚନ୍ଦ୍ର ମହୁରୀଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୧୨ ବଖରା ଗୃହ ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇ ଯାଇଛି | ଖବର ପାଇ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ପାଖା ପାଖି ଅଧାରୁ ଅଧିକ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି l ଏହି ପରିବାରକୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post