ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା କର୍ମଶାଳା ଅନୁଷ୍ଠିତ।

ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ କାଦବରାଙ୍ଗ ପଞ୍ଚାୟତର ବାବାଧବଳେଶ୍ୱର ମହିଳା ମହାସଂଘ ସଭାଗୃହରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହାୟତାରେ ଏବଂ ବାବାଧବଳେଶ୍ୱର ମହିଳା ମହାସଂଘ ସହଯୋଗରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଳ୍ପ ଉନ୍ନୟନ ସଂସ୍ଥା ଜେନେରାଲ ମ୍ୟାନେଜର ପିତାମ୍ବର ପରିଡ଼ା ଯୋଗ ଦେଇ ସରକାରଙ୍କ ଶିଳ୍ପ ଉଦ୍ୟୋଗ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ସଂସ୍ଥାର ବ୍ଲକ ଆଇପିଓ ଶ୍ରୀ ନାୟକ ଯୋଗ ଦେଇ ବିଭିନ୍ନ ଶିଳ୍ପ ଯୋଜନା ଉପରେ ମତ ରଖିଥିବା ବେଳେ ସମ୍ମାନିତ ଅତିଥିଭାବେ ପଂଚାୟତ ସମିତି ସଭ୍ୟ ରମେଶ ପହୀ ଯୋଗ ଦେଇ ସରକାରଙ୍କ ପ୍ରଦତ୍ତ ସୁବିଧା ସୁଯୋଗର ସଦୁପଯୋଗ କରି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ବୀଣାପାଣି ସଂଗୀତ ପରିଷଦ ଦ୍ୱାରା ୧୨ ଦିନ ଧରି ଚାଲିଥିବା ଟସର ଲୁଗାବୁଣା ତାଲିମଧାରୀ ୩୦ଜଣଙ୍କୁ ପ୍ରମାଣପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏଥିରେ ଉକ୍ତ ସଂଗୀତ ପରିଷଦର ସଭାପତି ପଦ୍ମଲୋଚନ ଦତ୍ତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପଂଚାୟତ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ଭାଗୀରଥି ସେଠୀ, ଯୁବସଭାପତି କିଶୋର ରାଉତଙ୍କ ସମେତ ମହିଳା ଓ ଯୁବକ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ସିଆରପି ସହଯୋଗ କରିଥିଲେ ।

Leave A Reply

Your email address will not be published.