ଭଦ୍ରକ,(ବସୁନ୍ଧରା):ଭଦ୍ରକ ଧାମରା-ଜାମୁଝାଡି ରାସ୍ତାରେ ଦୈନିକ ୫ଥର ପାଣି ସିଂଚନ କରିବାକୁ ଦାବୀ କରିବା ସହ ରାସ୍ତାରେ ଭାରି ଯାନ ଚଳାଚଳକୁ ବିରୋଧ କରି ଆଜି ନେତାଜୀ କ୍ଲବ ପକ୍ଷରୁ ରାସ୍ତାରୋକ ହୋଇଥିଲା । କରଞ୍ଜମାଳ ପଂଚାୟତ ମୁନିପଦା ଠାରେ ଏହି ରାସ୍ତାରୋକ ହୋଇଥିଲା । ଏହି ରାସ୍ତା ନିର୍ମାଣ ସମୟରେ ସାଧାରଣ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମତଃ ଏହି ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବାରୁ ଧୂଳି ଉଡିବା ସହ ରାସ୍ତା ନିର୍ମାଣ ସମୟରେ ଏହି ରାସ୍ତା ଧୂଳି ଧୂସରିତ ହୋଇ ଯାଉଛି । ଫଳରେ ଅଂଚଳବାସୀ ଏହି ରାସ୍ତା ଦେଇ ଯାତାୟତ କରି ପାରୁ ନାହାନ୍ତି । ଏହି ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥି ପ୍ରତି ସଜାଗ ହେଉନାହାନ୍ତି । ଏହି ଧୂଳି ଏବଂ ଧୂଆଁରେ ଅସ୍ତବ୍ୟସ୍ଥ ହୋଇ ଜୀବନ ଏବଂ ଜିବୀକା ନିର୍ବାହ କରିବା କଷ୍ଟକର ବ୍ୟାପାର ହୋଇ ପଡିଥିବା ବେଳେ ସୋମବାର ନେତାଜୀ କ୍ଲବ ପକ୍ଷରୁ ଏହାର ବିରୋଧରେ ମୁନିପଦା ଠାରେ ରାସ୍ତାରୋକ ହୋଇଥିଲା । ସକାଳ ୮ଟା ଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ହୋଇଥିଲା । ଫଳରେ ଧାମରା ବନ୍ଦରକୁ ଯାଉଥିବା ଭାରିଯାନ ସହ ୟୁଏମଏସଏଲ କମ୍ପାନୀର ସମସ୍ତ ଟ୍ରକ ,ଟିପ୍ପର ଏବଂ ଯାତ୍ରୀବାହୀ ବସ ଗୁଡିକ ଏହି ରାସ୍ତାରେ ଠିଆ ହୋଇଥିଲା । ବାଁଶଡା ଥାନାଧିକାରୀ କରୁଣାକର ରାଉତ ,କରଞ୍ଜମାଳ ଫାଣ୍ଡି ଅଧିକାରୀ ବିଏନ ହେମ୍ବ୍ରମ ଏବଂ ୟୁଏମଏସଏଲ କମ୍ପାନୀର ଅଧିକାରୀ ପାଣି ସିଂଚନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ନେତାଜୀ କ୍ଲବ ପକ୍ଷରୁ ହୋଇଥିବା ରାସ୍ତାରୋକ ହଟିଥିଲା ।ଅପରାହ୍ଣ ୨ଟା ପରେଏହି ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.