ସେଲ୍ , ଆର୍‌.ଆଇ.ଏନ୍‌.ଏଲ୍ କିମ୍ବା ଏନ୍ .ଏମ୍‌. ଡି.ସି ସହ ନୀଳାଚଳ ଇସ୍ପାତ ମିଶ୍ରଣ ପାଇଁ ଦାବି।

ଭୁବନେଶ୍ୱର,(ବସୁନ୍ଧରା):ଓଡିଶାର କଳିଙ୍ଗନଗର ଠାରେ ଥିବା ଏକମାତ୍ର ରାଷ୍ଟାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ର ଘରୋଇ କରଣ ପରିବର୍ତେ କୌଣସି ଏକ ସରକାରୀ ଉଦ୍ୟାଗ ଯଥା ଝଇଓଖ ଜଓଘଖ କିମ୍ବା ଘଗଊଉ ସହ ମିଶ୍ରଣ କରି କାରଖାନା ଚାଲୁ କରିବା ଦାବି ପୁଣି ଜୋର ଧରିଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର , ଇସ୍ପାତ ମନ୍ତ୍ରାଳୟର ଘଗଊଉ, ଈଐଋଖ, ଗଋଉଙଘ, କିଛି ସରକାରୀ ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣ ପ୍ରଦାନ କାରୀ ସଂସ୍ଥା ସହିତ ଓଡ଼ିଶା ସରକାଙ୍କର ଓଚଓଉଙଖ ଓ ଙଗଉ ର ଯୈାଥ ସହଯୋଗରେ ପ୍ରତିଷ୍ଠିତ ଏହି ସଂସ୍ଥା ୨୦୦୨ ମସିହା ଠାରୁ ଉତ୍ପାଦନ ଆରମ୍ଭ କରି ଏପର୍ଯ୍ୟନ୍ତ ସର୍ବାଧିକ ପିଗ ଆଇରନ ଏତ୍ପାଦନକାରୀ ସଂସ୍ଥା ଭାବରେ ଖ୍ୟାତି ଲାଭ କରିଥିଲା ଏହାବାଦ ଘଓଘଖ ର୧୧୦ ମିଲିଅନ ଟନ୍ ଲୁହାପଥର ଖଣି, ୨୫୦୦ ଏକର ନିର୍ବିବାଦୀୟ ଜମି ଓ ୫୦ ବର୍ଷିଆ ଖଣି ଲିଜ ମଧ୍ୟ ଏହାର ଉତ୍ପାଦନ କୁ ବର୍ତମାନ ର କ୍ଷମତା ୧.୧ଗଞ ରୁ ୧୦ଗଞ ରେ ପହଚାଂଇବା କୁ ସକ୍ଷମ ।


କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତି ଓ ରାଜ୍ୟ ସରକାରଙ୍କ ସହମତିରେ ଏହାର ୧୦୦% ଅର୍ଥାତ ପରୋକ୍ଷରେ ଘରୋଇକରଣ ନିଷ୍ପତି ନିଆଗଲା । ଏହା ଦ୍ୱାରା ସମସ୍ତ ଛୋଟ, ବଡ଼ ଅର୍ଥଲଗାଣ କାରୀ ସଂସ୍ଥା ଏହି କାରଖାନାକୁ ଚଳାଇବା ପାଇଁ ଆବଶ୍ୟକ ପୁଂଜି ଲଗାଣ ବନ୍ଦ କରିଦେଲେ । ଏହା ଫଳରେ କୋଭିଡ଼ ଲକ୍‌ଡାଉନ୍ ସମୟରେ କାରଖାନାର ସବୁ ୟୁନିଟ ଗୁଡ଼ିକ ମାର୍ଚ୍ଚ ୨୦୨୦ ରୁ ବନ୍ଦ ହୋଇଗଲା ତେଣୁ କର୍ମଚାରୀ ଓ ଶ୍ରମିକ କୌଣସି ଦୋଷ ତୃଟି ନଥାଇ ଗତ ୧୨ ମାସ ହେବ ବେତନ ତଥା ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି ।

ଏହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୬୫୦ ଜମିହରା ପରିବାର ୧୦,୦୦୦ କର୍ମଚାରୀ ପରିବାର ପ୍ରଭାବିତ ହୋଇଛନ୍ତି । ବର୍ତମାନ ସରକାରଙ୍କ ପୁଂଜି ନିବେଷ ବା ଘରୋଇକରଣ ପାଇଁ ୨୫/୦୧/୨୦୨୧ ରେ ଇଓଆଇ ପ୍ରସ୍ତାବିତ କରିଛନ୍ତି । ବର୍ତମାନର କୋଭିଡି ସ୍ଥିତି ଦେଖିଲେ ଘରୋଇ ଇଷ୍ପାତ ଏତ୍ପାଦନ କାରୀ ଶିଳ୍ପ ମାନେ ଊଓଚଇଗ ମାଧ୍ୟମରେ ଘଓଘଖ ର ତ୍ୱରିତ ଘରୋଇ କରଣ ପାଇଁ ଆଗ୍ରହ ଦେଖାଇବା ଏକ ସମୟ ସାପେକ୍ଷ ବିଷୟ ରୁପେ ପ୍ରତିତ ହେଉଛି ।


ଅନ୍ୟ ଏକ ଆଶ୍ୱାସନର ବିଷୟ ଯେ କେନ୍ଦ୍ର ସରକାର ଘଓଘଖ କୁ ତା ନିଜସ୍ୱ ଖଣିରୁ ୫୦ ପ୍ରତିସତ ବା ୧୦ ଲକ୍ଷ ଟନ୍ ବାର୍ଷିକ ଲୁହା ପଥର ଉତୋଳନ କରି ବକେୟା ଦରମା ଓ ଅନ୍ୟାନ୍ୟ ଭତା ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ଯଦି ୧୦ ଲକ୍ଷ ଟନ ଲୁ୍‌ହା ପଥରର ମୁଲ୍ୟ କେହି ଅଗ୍ରୀମ ଦିଅନ୍ତେ ଅଥବାଏହି ନିର୍ଦ୍ଦେଶ ଯଦି କୌଣସି ଏକ ଆଗ୍ରହୀ ରଷ୍ଟ୍ରାୟତ ଉଦ୍ୟୋଗ ଯଥା ଝଇଓଖ, ଜଓଘଖ, ଘଗଊଉ କିମ୍ବା ଙଗଉ କୁ ଦିଆଯାଆନ୍ତା ଓ ଏକ ଦିର୍ଷ ମିଆଦି ଚୁକ୍ତି ମାଧ୍ୟମରେ କାରଖାନା ଚଳ।ଇବାର ଉଦ୍ୟମ କରାଯାଇ ପାରନ୍ତା ତେବେ ଏହା କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଜିବିକାର ସୁରକ୍ଷା ଦେବାରେ ଏକ ବରଦାନ ସାବ୍ୟସ୍ତ ହୋଇପାରନ୍ତା ତା ୧୦/୧୧/୨୦ ରିଖ ର ଉଚ୍ଚସ୍ତରିୟ ବୌଠକରେ ହୋଇଥିବା ନିଷ୍ପତି ଅନୁସାରେ ଯଦି ୧୫୦/୧୭୫ କୋଟିର ଏକ କର୍ପସ ଫଣ୍ଢ ତୁରନ୍ତ ପ୍ରଦାନ କରନ୍ତେ ତାହା କର୍ମଚାରୀ ମାନଙ୍କର ବକେୟା ଦରମା ଓ ଭତା ବାବଦରେ ପୁଞ୍ଝିବିନିବେଶ ପର୍ଯ୍ୟନ୍ତ ବିନିଯୋଗ ହୋଇ ପାରନ୍ତି ।


ଅତଏବ ନିଳାଚଳ ଇଷ୍ପାତର ସମସ୍ତ କର୍ମଚରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ସବିନୟ ଅନୁରୋଧ କରୁଛନ୍ତି କି ସେମାନେ ଘରୋଇ କରଣ ବା ବି ନିବେଷ ପ୍ରସ୍ତାବର ପୁର୍ନ ବିଚାର କରି ଘଓଘଖ ର ଅନ୍ୟ କୌଣସି ଇଷ୍ପାତ ଉତ୍ପାଦନକାରୀ ଅଭିଜ୍ଞତା ଥିବା ସରକାରୀ ଉଦ୍ୟୋଗ ସହ ମିଶ୍ରଣ ଦିଗରେ ପଦକ୍ଷପ ଗ୍ରହଣ କରିବେ । ଗଗଞଉ ପ୍ରତ୍ୟାହାର କରିଥିବା ୪୯.୭୮ଅଂଶଧନ ଯଦି ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା କ୍ରୟ କରିନେବେ ତେବେ ଘଓଘଖ ତାର ସରକାରୀ ଉଦ୍ୟୋଗ ମାନ୍ୟତା ବଜାଇ ରଖି ଉତ୍ପାଦନକ୍ଷମ ହୋଇ ପାରିବ ।


ବର୍ତମାନ ପରିସ୍ଥିତିରେ କର୍ମଚାରୀଙ୍କ ସାମାଜିକ, ମାନସିକ, ଆର୍ଥିକ ସ୍ଥିତିକୁ ବିଚାର କରି ଅବିଲମ୍ବେ ଏ ଦିଗରେ ତ୍ୱରିତ ଓ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ । ଏହି ନିଷ୍ପତି ଆମଦେଶର ଆର୍ଥିକ ସ୍ଥିତି ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଏକ ବୌପ୍ଳବିକ ପରିବର୍ତନ ଆଣିବ । ଓ ସରକାରଙ୍କର ୨୦୩୦ ସୁଧା ଥିବା ପୂର୍ବୋଦୟ ମିସନର ଲକ୍ଷ ପୂରଣ କରି ପାରିବ ।

Leave A Reply

Your email address will not be published.