ଗୋଲାମୁଣ୍ଡା, କାଠ ବୋଝେଇ ଟ୍ରାକ୍ଟର କେଗାଁ ବନ ବିଭାଗ ଦ୍ୱାରା ଜବତ।

କଳାହାଣ୍ଡି,(ବସୁନ୍ଧରା ):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନ ବିଭାଗ ଦ୍ୱାରା ଏକ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି ।ପ୍ରକାଶଥାଉକି ଜଙ୍ଗଲରୁ ବଲିକାଠ ନେଉଥିବା ବେଳେ କିରକାକାନି ଠାରେ ଗୋଲାମୁଣ୍ଡା ବନପାଳ ରମେଶ ପଣ୍ଡା କୌଣସି ମତେ ଖବର ପାଇ ଟ୍ରାକ୍ଟର ଅଟକାଇବା ସମୟରେ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଛି ।

ଆଜି ସକାଳେ କାଠ ବୋଝେଇ ଟ୍ରାକ୍ଟର କେଗାଁ ବନ ଭିଭାଗକୁ ଅଣାଯାଇଛି । କେଗାଁ ବନ ବିଭାଗ ରେଞ୍ଜର କେଶବ ମାଝୀଙ୍କୁ ପଚାରିବା ପରେ ଏପର୍ଯ୍ୟନ୍ତ ଟ୍ରାକ୍ଟର ମାଲିକ ଜଣାପଡିନାହିଁ ଆର ଟି ଓ ଅଫିସକୁ ଫୋନ କଲାପରେ ଜଣାପଡିବ ବୋଲି କହିଥିଲେ।

ଗୋଲାମୁଣ୍ଡାରୁ ଈଶ୍ୱର ପୁଟେଲଙ୍କ ରିପୋର୍ଟ।

Leave A Reply

Your email address will not be published.