ଭଦ୍ରକ,(ବସୁନ୍ଧରା):ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମୋ ମାଟିର ମହକ ଫାଉଣ୍ଡେସନ’ ର ୫ମ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ୨୦୨୧ ଅବସରରେ ଭଦ୍ରକର ଅଧୀବକ୍ତା ଗଦାଧର ବଳ ସମ୍ମାନିତ ହୋଇଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶକ ମଧୁସୁଦନ ଦତ୍ତଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଜୋନ ୧ର ଟ୍ରାଫିକ ଡି.ସି.ପି. ବିଷ୍ଣୁପ୍ରସାଦ ପାତ୍ର, ଅଭିନେତା ଚନ୍ଦନ କର, କାଲାମ ସ୍କୁଲ ଓ କଲେଜର ପ୍ରତିଷ୍ଠାତା ମନୋଜ ବାରିକ, କନକଲତା ବେହେରା କ୍ୟାନ୍ସର ଫାଉଣ୍ଡେସନର ଅଧ୍ୟକ୍ଷା ମିନତୀଲତା ବେହେରା, ଜାଭିୟର ଇନିଷ୍ଟିଚ୍ୟୁଟର ପ୍ରତିଷ୍ଠାତା ବଦ୍ରି ନାରାୟଣ ପଟ୍ଟନାୟକ, ସମାଜସେବୀ ମାନସୀ ଶତପଥି,ବାସ୍ତୁବିତ ଡା.ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ଉତ୍ସାହିତ କରିବା ସହ ବିଭିନ୍ନ ବର୍ଗରେ ପାରଦର୍ଶିତା କରିଥିବା ବ୍ୟକ୍ତି ବିଶେଷକୁ ମାନପତ୍ର, ଉତ୍ତରିୟ ଦେଇ ସମ୍ମାନିତ କରିଥିଲେ । ସମାଜ ସେବୀ ରାଜଲକ୍ଷ୍ମୀ ମହାପାତ୍ର ସଂଯୋଜନା କରିଥିବା ବେଳେ, ଭଦ୍ରକର ବରିଷ୍ଠ ଅଧିବକ୍ତା ଗଦାଧର ବଳଙ୍କୁ ତାଙ୍କର ନିରବଚ୍ଛିନ୍ନ ସମାଜ ସେବା ସହ ଗରିବ ଅସହାୟ ବ୍ୟକ୍ତିଙ୍କୁ ମାଗଣା ଆଇନ ସହାୟତା ପାଇଁ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବା ପାଇଁ ଭଦ୍ରକର ଅଗ୍ରଣି ସଂଗଠନ ଭଦ୍ରକ ସୋସିଆଲ ସର୍ଭିସ, ୟୁନିକ ଡ୍ରପ, ତିହିଡି ଯୁବ ମଞ୍ଚ ଓ ରାଜ୍ୟର ଅନ୍ୟାନ୍ୟ ବହୁ ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ମାନିତ କରା ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post