ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍ କରାଯାଉ : ଇରାସିସ

ଭୁବନେଶ୍ୱର,(ବସୁନ୍ଧରା): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି
ବିଜୁଯୁବ ବାହିନୀ ଗଠନ କରିଥିଲେ । ଓଡିଶା ଲୋକଙ୍କ ଝାଳବୁହା ପଇସା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଶାସକ ବିଜେଡି ଯୁବକମାନଙ୍କୁ ବ୍ୟବହାର କରିଥିଲା । ଏବେ ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି । ଯୁବ ବାହିନୀ ନାଁରେ ବିଗତ ତିନି ବର୍ଷରେ ୪୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥର ଅଡିଟ କରିବା ଦାବିରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପ୍ରଧାନ ମହାଲାଖାଗାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ।
ଗତ ମାର୍ଚ୍ଚ ୧୨ ତାରିଖ ପ୍ରଶ୍ନ ସଂଖ୍ୟା ୧୫୬୫ରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ ଉତରରେ ଯୁବ ଓ କ୍ରୀଡା ମବୀ
ତୁଷାରକାନ୍ତୀ ବେହେରା “ବିଜୁ ଯୁବ ବାହିନୀ”ର ଅନୁଷ୍ଠାନିକ ଭାବରେ ବନ୍ଦ ହୋଇଛି ବୋଲି ସ୍ୱୀକାର କରିଛନ୍ତି । ତେବେ ରାଜ୍ୟ ସରକାର
ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ? ଯୁବ ବାହିନୀ ନାଁରେ ବିଗତ ତିନିବର୍ଷରେ ୪୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜକୋଷରୁ ଖର୍ଚ୍ଚ କରି ଓଡିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
୨୦୧୩ ଷ୍ଟେଟ ୟୁଥ ପଲିସିକୁ ଆଧାର କରି ଯୁବ ଏବଂ କ୍ରୀଡା ମବାଳୟ “ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ ତାକୁ
ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ । ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହା ପାରିତ
ହୋଇଥିଲା । ସେତେବେଳେ କୁହାଗଲା ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ । ୬୭୯୯ ଗ୍ରାମ ପଂଚାୟତ ତଥା ୧୧୪ ଏନଏସି ଓ ମୁ୍ୟନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ପ୍ରାବଧାନ କରାଗଲା । ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କଲାବେଳେ କହିଥିଲେ, ବିଜୁ ଯୁବ ବାହିନୀ ଯୁବବର୍ଗଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ, ଦାୟିତ୍ୱ ବୋଧ, ସମାଜ ସେବା, ନେତୃତ୍ୱ ଗଠନରେ ଉଲ୍ଲେଖନୀୟ କାର୍ଯ୍ୟ ଗ୍ରହଣ କରିବ । କିନ୍ତୁ ଏହାର ଠିକ୍ ଓଲଟା ସବୁ ଘଟିଲା । ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ସାମ୍ବାଦିକଙ୍କୁ ମାଡ ମାରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଂଟି ଭୋଟ ହାତେଇବା ଆଦି କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

୨୦୧୮ରେ ସାରା ରାଜ୍ୟରେ ବିଜୁ ଯୁବ ବାହିନୀ ମାର୍ଫତରେ ମୁଁ ହିରୋ ଅଭିଯାନ ଆରମ୍ଭ କରାଗଲା । ମୁଁ ହିରୋ ମାଧ୍ୟମରେ ବିଜୁ ଯୁବ ବାହିନୀ ସମାଜରେ ପରିବର୍ତନର ଧାରା ଆଣିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କଟକ ସମାବେଶରେ କହିଥିଲେ । ଓଡିଶାରେ ଥିବା ୧୫ ରୁ ୩୫ ବର୍ଷର ପ୍ରାୟ ୩ ଲକ୍ଷ ଯୁବକ ଯୁବତୀକୁ କିଛି ଦିନ ମାସିକିଆ ଭତା, ଗଞ୍ଜି, ସାର୍ଟ, ଟୋପି, ମୋବାଇଲ ବାଂଟିବା ସହ ତାଲିମ ଏବଂ ପରିଚୟ ଦେବା ନାଁ ରେ ବିଦେଶ ଯାତ୍ରା ଓ ମନୋରଂଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ବିଦେଶରେ ଆମ ରାଜ୍ୟର ପ୍ରତିଭାମାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ନିର୍ବାଚନ ବେଳେ ଜିଲ୍ଲା ଓ ବ୍ଲକସ୍ତରରେ ବିଜେଡି ଦଳର ସଭାରେ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ବ୍ୟବହାର କରାଯାଉଥିଲା । ସିଏଜିଙ୍କ ନିଦେ୍ର୍ଧଶ ସତ୍ୱେ ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ୱକପ ଆଳ ଦେଖାଇ ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍ କରିନଥିଲେ । ଏବେ ଓଡିଶାର ଜନତାଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ବିଜୁଯୁବ ବାହିନୀର ଅର୍ଥକୁ ଅଡିଟ କରିବା ପାଇଁ ପ୍ରତିନିଧୀ ଦଳ ପ୍ରଧାନ ମହାଲାଖାଗାରଙ୍କୁ ନିବେଦନ କରିଛନ୍ତି ଏବଂ ଏହା ସହ ସାଢେ ୪ କୋଟି ଓଡିଆ ଏହାର ସୋସିଆଲ ଅଡିଟ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଓ ଦୀପକ
ଗୋଚ୍ଛାୟତ, ସଂପାଦକ ମନୋଜ ପ୧⁄୨ିମକବାଟ, ପ୍ରକାଶ ଦଳେଇ, ସଂଯୋଜକ ନାରାୟଣ କର୍ମୀ, ସ୍ୱରଜିତ ମହାନ୍ତି, ରାଣା ପୃଥ୍ୱୀରାଜ ସିଂ ଠାକୁର, ସୁବ୍ରତ କୁମାର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.