କଟକ ଜିଲ୍ଲା କାର୍ଯ୍ୟକାରିଣୀର କର୍ମକର୍ତ୍ତା ଚୟନ

କଟକ(ବସୁନ୍ଧରା) ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରିଣୀ କମିଟି ର ନାମ ଘୋଷଣା କରାଯାଇଛି । ଆଗାମୀ ଦିନରେ ସମସ୍ତଙ୍କର ସକ୍ରିୟ ସହଯୋଗ ଜିଲ୍ଲା ସଂଗଠନ କୁ ସୁଦୃଢ କରିବ ଏବଂ ଦଳୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବ ବୋଲି ଦଳର ଆଶା ରହିଛି। ଉପସଭାପତି ଭାବେ ସର୍ବଶ୍ରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ନାୟକ, ପ୍ରଶାନ୍ତ ହୋତା, ସୀତାକାନ୍ତ ମିଶ୍ର, ସତ୍ୟବାଦୀ ଚଇନି ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ବଛାଯାଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ରାମ ନାରାୟଣ ମହାନ୍ତି ଏବଂ ଅରବିନ୍ଦ ବିଶ୍ଵାଳଙ୍କୁ ମନୋନୀତ କରାଯାଇଛି । ସମ୍ପାଦକ ଭାବେ ଆଲୋକ ମହାନ୍ତି, ବିବେକାନନ୍ଦ ବେହେରା, ପ୍ରକାଶ ସେଠୀ, ବୈରାଗୀ ଚରଣ ପ୍ରଧାନ, ରାଜକିଶୋର ସ୍ଵାଇଁ, ସମିତା ବେହେରା ଓ ମମତା ମହାପାତ୍ରଙ୍କ ନାମ ମନୋନୀତ ହୋଇଛି । ଜିଲ୍ଲା କୋଷାଧ୍ୟକ୍ଷ ଭାବେ ବିଶ୍ଵରଞ୍ଜନ ଦାଶ ଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ବିଭିନ୍ନ ମୋର୍ଚ୍ଚା ପାଇଁ ଯଥା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଯ।ଜ୍ଞସେନୀ ଜେନା, ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ ସାହୁ, କୃଷକ ମୋର୍ଚ୍ଚା ସଭାପତି ସଂକର୍ଷଣ ମହାନ୍ତି, ଓବିସି ମୋର୍ଚ୍ଚା ସଭାପତି ଚିନ୍ତାମଣି ମହାଳିକ, ଏସ॰ସି ମୋର୍ଚ୍ଚା ସଭାପତି ସରୋଜ କୁମାର ସେଠୀ ଓ ସଂଖ୍ୟାଲଘୁ ସଭାପତି ଶେଖ ମହମ୍ମଦ ଅସଲମଙ୍କୁ ମନୋନୀତ କରଯାଇଛି। ଜିଲ୍ଲା କାର୍ଯ୍ୟକାରିଣୀ ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରୂପେ ବୈଜୟନ୍ତ ପଣ୍ଡା, ପ୍ରକାଶ ମିଶ୍ର , ବିଭୁ ପ୍ରସାଦ ତରାଇ ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଶାରଦା ପ୍ରଧାନ, ଶୁଭ୍ରାଂଶୁ ମୋହନ ପାଢି, ବିଜୟ ଦଳବେହେରା, ଛବି ମଲ୍ଲିକ, ବ୍ରଜେନ୍ଦ୍ର ରାୟ, ଚୌଧାରୀ ହେମନ୍ତ ସାହୁ, ସତ୍ୟ ଜେନା, ପ୍ରତିଭା ଶତପଥୀ, ସୁକାନ୍ତ ବିଶ୍ଵାଳ, ମନ୍ମଥ ମିଶ୍ର ଓ ପ୍ରଫେସର ଏ॰ ସଲାମଙ୍କୁ ଗ୍ରହଣ କରାଯାଇଅଛି । ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ତୁଷାର ଚକ୍ରବର୍ତ୍ତୀ, ସୁଶାନ୍ତ ମଲ୍ଲିକ, ହୃଷୀକେଷ ଜେନା, ଅଜୟ ସ୍ଵାଇଁ, ଦେବୀ ପ୍ରସାଦ ମହାନ୍ତି, ବେଣୁଧର ବେହେରା ଓ ସରୋଜ ରଣା ପ୍ରମୁଖ ୨୬ ଜଣଙ୍କୁ ନିଆଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ର ସଦସ୍ୟ ଭାବେ ଅଜୟ କୁମାର ବେହେରା, ଅଜିତ ସୁବୁଦ୍ଧି ରାୟ, ବିବେକ ଜେନା, କମଳାକାନ୍ତ ପ୍ରହରାଜ, ମେହେରବାନ ଖାନ, ମୃତ୍ୟୁଞ୍ଜୟ ଦାସ, ସତ୍ୟଜିତ ମଲ୍ଲିକ, ମମତା ରାଉତ, କମଳା ବସ୍ତିଆ, କ୍ଷୀରୋଦ ଦଳାଇ ଏବଂ ପ୍ରମୋଦ କୁମାର ରାୟ ପ୍ରମୁଖ ୬୪ ଜଣଙ୍କୁ ନିଆଯାଇଛି ।
ଆଗାମୀ ୨୧ ତାରିଖ ଦିନ ଜିଲ୍ଲା କାର୍ଯ୍ୟକାରିଣୀ ର ଏକ ପୂର୍ଣାଙ୍ଗ ବୈଠକ ବସିବା ପାଇଁ ସ୍ଥିର କରାଯାଇ ଥିବା ବେଳେ ବିଧାନ ସଭାସ୍ତରୀୟ ବିଭିନ୍ନ ସମସ୍ୟା ଉପରେ ବିଧିବଦ୍ଧ ଆଲୋଚନା କରାଯାଇ ଏକ ସୁଚିନ୍ତିତ କାର୍ଯ୍ୟ ପନ୍ଥା ନିର୍ଧାରଣ କରାଯିବ । ମନୋନୀତ କମିଟିକୁ ଅନୁମୋଦନ କରିଥିବାରୁ ରାଜ୍ୟ ପ୍ରଭାରି ଶ୍ରୀମତୀ ପୁରେନ୍ଦେଶ୍ଵରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତ, ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଓ ଜିଲ୍ଲା ପ୍ରଭାରୀ ଅମର ନାୟକଙ୍କୁ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.