ଓଡ଼ିଶାର ସି.ସି.ଏଚ.ଏ ଧାରଣାରତ ମହିଳାକର୍ମୀମାନେ ଛଟେଇ ପ୍ରତିବାଦକୁ ନେଇ ଜଣେ ମହିଳା(ANM)ଙ୍କର ଆତ୍ମହତ୍ୟା।

ଭୁବନେଶ୍ୱର,(ବସୁନ୍ଧରା):ଆଜିକୁ ବର୍ଷେ ପୂରିଲା ଅଦୃଶ୍ୟ ଶତ୍ରୁ ବିରୋଧରେ ଚାଲିଲା ମହାସଂଗ୍ରାମ। ଓଡ଼ିଶାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । କିନ୍ତୁ, ବିପଦ ଏଯାଏଁ ଟଳିନି । ପୂର୍ବଠାରୁ ସ୍ଥିତି ଏବେ ଭଲ ଅଛି । ଗୋଟିଏ ପଟେ ଟିକାକରଣ ଚାଲିଥିବାବେଳେ ସଂକ୍ରମଣ ହାର ଢେର ତଳକୁ ଖସିଛି । ତେଣୁ ଅନେକ ଲୋକେ ପୂର୍ବଭଳି ସତର୍କ ନ ରହି ଢିଲା ହେଉଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷେ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ଏବେ ପୁଣି ଦ୍ରୁତଗତିରେ କରୋନା ମାଡ଼ି ଚାଲିଛି । କେତେକ ଅଞ୍ଚଳରେ ଲକଡାଉନ ହେଲାଣି । ସେଠାରେ କାମ କରୁଥିବା ପ୍ରବାସୀ ଓଡ଼ିଆ ପୁଣି ଘରମୁହାଁ ହେଲେଣି । ଏହା ଓଡ଼ିଶା ପାଇଁ ସତର୍କଘଣ୍ଟି।

ସେହିପରି ଓଡ଼ିଶାର ପ୍ରଥମ କୋରନା ଯୋଦ୍ଧା କୁହାଯାଉଥିବା ସି.ସି.ଏଚ.ଏ ମହିଳାମାନେ ଆଜିକୁ ପ୍ରାୟ ୪ ମାସ ହେଲା ଧାରଣାରେ ବସି ଆସୁଛନ୍ତି, ୨୪ ଫେବୃଆରୀ ୨୦୨୧ ମସିହାରେ ଡେଲିଗେସନ ରେ ମୌଖିକ ଭାବରେ ଯାହା କହିଥିଲେ ତାହା କୌଣସି ପ୍ରକାର ଲିଖିତ ଭାବରେ ଅବଗତ କରାଇନଥିବାରୁ ,ରାୟଗଡା ଜଣେ ଏ .ଏନ.ଏମ ଭଉଣୀ ବିଜୟିନୀ ଗୌଡ଼ ଚାକିରୀ ନପାଇବାରୁ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ।

ଯଦି ସରକାର ଆଗାମୀ ୧୦ ଘଂଟା ସମୟ ମଧ୍ୟରେ ତାଙ୍କର ଦେବୀ ପୂରଣ ନକରନ୍ତି ,ପୁଣି ଆତ୍ମହତ୍ୟାର ଆଶଙ୍କା ରହିଛି ବୋଲି ଚେତାବନୀ ଦେଇଛନ୍ତି। ଯେଉଁଠାରେ ରାଜ୍ୟ ସରକାର ନାରୀ ସଶକ୍ତିକରଣ କୁ ସଂମାନ ଦେବା କଥା ବାରମ୍ବାର କହୁଥିବାବେଳେ ଏଠି କିନ୍ତୁ ମହିଳା ଏ. ଏନ.ଏମ କର୍ମୀମାନେ ଅସୁରକ୍ଷିତ ଅବସ୍ତାରେ ରାଜ ରାସ୍ତାରେ ଦୀର୍ଘ ୪ମାସ ହେଲା ପଡିରହିଛନ୍ତି, ଏହି ଦାବୀ ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.