ଅବସରପ୍ରାପ୍ତ ଅନୁଶିକ୍ଷାଧିକାରୀ ପଟେଲ ସାହୁଙ୍କ ପରଲୋକ।

ଭଦ୍ରକ,(ବସୁନ୍ଧରା):ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ଅନ୍ତର୍ଗତ ହେଲପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଅନୁଶିକ୍ଷା ନିରୀକ୍ଷକ, ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ, ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସମ୍ପାଦକ, ଶିକ୍ଷାବିତ ପଟେଲ ସାହୁଙ୍କର ଶନିବାର ରାତ୍ର ପ୍ରାୟ ୧୦.୩୦ମି. ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଶନିବାର ଦ୍ୱିପହରରେ ସ୍ୱାଭାବିକ ଭାବେ ଖାଦ୍ୟଗ୍ରହଣ କରିସାରିବା ପରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପ୍ରଦୀପ, ପୁତ୍ରବଧୂ କନ୍ୟା ପ୍ରବୀଣା, ପ୍ରତିମା, ଜ୍ୱାଇଁ ଅନାଦି, ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ରବିବାର ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇଥିଲା । ସେଠାରେ ବିଶିଷ୍ଟ ଶିକ୍ଷାବିତ ରଘୁନାଥ ସାହୁ, ଗୟାଧର ସାମଲ, ଅଲେଖ ଘଡେଇ, କାର୍ତ୍ତିକ ସ୍ୱାଇଁ, ମଦନ ମୋହନ ପଣ୍ଡା, ପୁରୁଷୋତ୍ତମ ରାଉତ, ଭାଗୀରଥି ଖୁଣ୍ଟିଆ, ଅଲେଖ ନାୟକ, ସୁଧାକର ମହାନ୍ତି, ସମାଜସେବୀ ମୁକୁନ୍ଦଦେବ ସାମଲ, ସ୍ଥାନୀୟ ସରପଞ୍ଚ କମଳ କୁମାର ନନ୍ଦ, ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ, ଲକ୍ଷ୍ମୀଧର ମହାରଣା, ପ୍ରଫୁଲ୍ଲ କୁମାର ସାହୁ, ଡା. ନିରଞ୍ଜନ ଓଝା, ପୁରୁଷୋତ୍ତମ ଧଳ, ଘନଶ୍ୟାମ ସ୍ୱାଇଁ, ନିର୍ମଳ ଧଳ, ଗଣେଶ ଜେନା, କରୁଣାକର ବାରିକ, ଶତ୍ରୁଘ୍ନ ରାଉତ, ମାନସ ପାତ୍ର ପ୍ରକାଶ ମହାପାତ୍ର, ସୁରେନ୍ଦ୍ର ପହି, ଅରୁଣ ବାରିକ, ପଦ୍ମନାଭ ରାଉତ, ପ୍ରଭାତ ରାଉତ, ସରୋଜ ନାୟକ, ସୁରେନ୍ଦ୍ର ପଣ୍ଡା, ଡା. ସୁରେନ୍ଦ୍ର ବେହେରା, ସନ୍ତୋଷ ସାହୁ, ଦେବେନ୍ଦ୍ର ନାୟକ, କେଶବ ଚନ୍ଦ୍ର ନାୟକ, ବିଜୟ ମଲ୍ଲିକ, ଅନାଦି ଚରଣ ସ୍ୱାଇଁ, ସୁବାସ ପାତ୍ର, ନୀଳମଣି ନାୟକ, ରାଜ କୁମାର ନାୟକ, ଗଦାଧର ବାରିକ, ଶ୍ରୀନିବାସ ପାଳ, ଉପେନ୍ଦ୍ର ନାୟକ ପ୍ରମୁଖ ସ୍ୱର୍ଗତ ଶିକ୍ଷକଙ୍କୁ ଅନ୍ତମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତାଙ୍କ ମରଶରୀରକୁ ଗ୍ରାମଶ୍ମଶାନରେ ଅନ୍ତମ ସଂସ୍କାର କରାଯାଇଥିଲା । ପୁତ୍ର ପ୍ରଦୀପ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.