ମଧୁ ବୈଶ୍ୟ (ଗୁଡ଼ିଆ) ସମାଜର ବୈଠକ ଅନୁଷ୍ଠିତ।

ଭଦ୍ରକ,(ବସୁନ୍ଧରା):ସ୍ଥାନୀୟ ବାଲ୍‌ଗୋପାଲ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ମଧୁ ବୈଶ୍ୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମଧୁ ବୈଶ୍ୟ ସମାଜର ଉନ୍ନତି ଓ ବ୍ୟାପକ ଜନ ସହଯୋଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ରାଜ୍ୟ ନିଖିଳ ଉତ୍କଳ ମଧୁ ବୈଶ୍ୟ ସମାଜର ଆଧ୍ୟାତ୍ମିକ ଚେତନାର ବିକାଶ ଓ ସହଯୋଗ ନିମନ୍ତେ ପୁରୀ ଜିଲ୍ଳାରେ ଥିବା ରାଜ୍ୟ ଉପଦେଷ୍ଟା ଶ୍ରଦ୍ଧାକର ସାହୁ ଏହି ସମାଜକୁ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଶ୍ରୀକ୍ଷେତ୍ରରେ ୬ ଡିସିମିଲ ଭୂମିଦାନ କରିଥିବାରୁ ଆଜି ତାଙ୍କୁ ବୈଠକରେ ଉଚ୍ଛ୍ୱସିତ ପ୍ରଶଂସା କରିବା ସହ ତାଙ୍କ ବଦାନ୍ୟତା ଏ ଜାତି ପାଇଁ ଏକ ଇତିହାସ ସୃଷ୍ଟି କରିଛନ୍ତି । ଏହି ଧର୍ମଶାଳା ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଳାର ମଧୁ ବୈଶ୍ୟ ଭାଇମାନଙ୍କୁ ଅର୍ଥ ରାଶି ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା । ଶେଷରେ କାର୍ତ୍ତିକ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମଧୁ ବୈଶ୍ୟ ଗୁଡ଼ିଆ ସମାଜର ଉପସଭାପତି ନାରାୟଣ ଚନ୍ଦ୍ର ସାହୁ, ନରେନ୍ଦ୍ର ସାହୁ, ମନୋରଂଜନ ସାହୁ, ସମ୍ପାଦକ ହରିହର ସାହୁ, ଶକ୍ତିଧର ସାହୁ, ରମାକାନ୍ତ ସାହୁ ପ୍ରମୁଖ ମଧୁ ବୈଶ୍ୟ ସମାଜର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.