କେବଳ ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ବର୍ବାଦ କରିଦେଲେ ମୁଖ୍ୟମନ୍ତ୍ରୀ:ଇରାସିସ

ଭୁବନେଶ୍ୱର,(ବସୁନ୍ଧରା): ବିଜେଡି ସରକାର ଓଡିଶାର ଯୁବକ ମାନଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁଯୁବ ବାହିନୀ ଗଠନ କରିଥିଲେ । କିନ୍ତୁ ଏହି ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି । ଓଡିଶା ଲୋକଙ୍କ ଝାଳବୁହା ପଇସାରେ ଯୁବକମାନଙ୍କୁ ପଥଭ୍ରଷ୍ଟ କରି ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨୦୧୩ ଷ୍ଟେଟ ୟୁଥ ପଲିସିକୁ ଆଧାର କରି
ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ “ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ । ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହା ପାଳିତ ହୋଇଥିଲା । ସେତେବେଳେ କୁହାଗଲା ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ । ୬୭୯୯ ଗ୍ରାମ ପଂଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ପ୍ରାବଧାନ କରାଗଲା । ରାଷ୍ଟ୍ର ନିର୍ମାଣ ଦିଗରେ ଯୁବକ ମାନେ କାର୍ଯ୍ୟ କରିବା, ନିଜର ବ୍ୟକ୍ତିତ୍ୱ ବିକାଶ କରିବା, ବୃକ୍ଷ ରୋପଣ କରିବା, ପରିବେଶକୁ ସବୁଜ ଓ ନିର୍ମଳ ରଖିବା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା, ନିଶା ନିବାରଣ ସଂପର୍କରେ ସଚେତନ କରିବା, ବାଲ୍ୟ ବିବାହ ଓ ଯୈାତୁକ ପ୍ରଥା ବିରୁଦ୍ଧରେ ସଚେତନ କରାଇବା, ପଂଚାୟତରେ ଲୋକଙ୍କୁ ସାକ୍ଷର କରାଇବା ଏବଂ ନିଜେ ସ୍ୱାବଲମ୍ବୀ ହେବା ଉଦେ୍ଧଶ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା । କିନ୍ତୁ ଏହାର ଠିକ୍ ଓଲଟା ସବୁ ଘଟିଲା । ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ସାଙ୍କାଦିକଙ୍କୁ ମାଡ ମାରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଂଟି ଭୋଟ ହାତେଇବା ଆଦି କାର୍ଯ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏହି ଯୋଜନା ଟିକୁ ଘୋଷଣା କଲାବେଳେ କହିଥିଲେ, ବିଜୁ ଯୁବ ବାହିନୀ ଯୁବବର୍ଗଙ୍କ
ମଧ୍ୟରେ ସାମାଜିକ ମୂଲ୍ୟବୋଧ, ଦାୟିତ୍ୱ ବୋଧ, ସମାଜ ସେବା, ନେତୃତ୍ୱ ଗଠନରେ ଉଲ୍ଲେଖନୀୟ କାର୍ଯ୍ୟ ଗ୍ରହଣ କରିବ ।୨୦୧୮ରେ ସାରା ରାଜ୍ୟରେ ବିଜୁ ଯୁବ ବାହିନୀ ମାର୍ଫତରେ ମୁଁ ହିରୋ ଅଭିଯାନ ଆରମ୍ଭ କରାଗଲା । ମୁଁ ହିରୋ ମାଧ୍ୟମରେ ବିଜୁ ଯୁବ ବାହିନୀ ସମାଜରେ ପରିବର୍ତନର ଧାରା ଆଣିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କଟକ ସମାବେଶରେ କହିଥିଲେ । ପୂର୍ବତନ ଆଇପିଏସ୍ ଅଫିସର ଅନୁପ ପଟ୍ଟନାୟକଙ୍କୁ “state youth welfare board”ର ଅଧ୍ୟକ୍ଷ ନିଯୁକ୍ତ କରି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଏହି ଗୁଣ୍ଡା ବାହିନୀର ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ଥିବା ୧୫ ରୁ ୩୫ ବର୍ଷର ପ୍ରାୟ ୩ ଲକ୍ଷ ଯୁବକ ଯୁବତୀକୁ କିଛି ଦିନ ମାସିକିଆ ଭତା ଦେଇ ନବୀନ ବାବ ପୁଣି ସେମାନଙ୍କୁ ବେକାର କରିଦେଲେ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୨ ତାରିଖ ପ୍ରଶ୍ନ ସଂଖ୍ୟା ୧୫୬୫ରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ
ଉତରରେ ଯୁବ ଓ କ୍ରୀଡା ମବୀ ତୁଷାରକାନ୍ତୀ ବେହେରା “ବିଜୁ ଯୁବ ବାହିନୀ”ର ଅନୁଷ୍ଠାନିକ ଭାବରେ ମୃତୁ୍ୟ ଘଟିଛି ବୋଲି ସ୍ୱୀକାର କରିଛନ୍ତି । ତେବେ ରାଜ୍ୟ ସରକାର ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଯୁବ ବାହିନୀ ନାଁରେ ବିଗତ ତିନିବର୍ଷରେ ୪୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜକୋଷରୁ ଖର୍ଚ୍ଚ କରି ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । କେବଳ ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ବର୍ବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶା ବାସୀଙ୍କ ଝାଳବୁହା ପଇସା ଓ କରଦାତାଙ୍କ ୪୫୦ କୋଟି ଟଙ୍କାର ବିନିମୟରେ କ’ଣ ଉପଲ୨ି ହେଲା? ଓଡିଆ ଯୁବକ
ଯୁବତୀମାନଙ୍କର ପ୍ରତିଭା ଏବଂ ଦକ୍ଷତାର କ’ଣ ବିକାଶ ହେଲା? ବିଜୁଯୁବ ବାହିନୀ ପାଇଁ ଗଞ୍ଜି, ସାର୍ଟ, ମୋବାଇଲ, ନାଚଗୀତର ଆସର, ସିଙ୍ଗାପୁର ଗ୍ରସ୍ତ ଖର୍ଚ୍ଚର ହିସାବ ରାଜ୍ୟ ସରକାର ଦେବେ କି? ଏହାର ଫାଇନାନସିଆଲ ଏବଂ ସୋସିଆଲ ଅଡିଟ୍ କରିବେ କି? ରାଜ୍ୟରେ ଆଜି ଖେଳର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି । ୨୧ ବର୍ଷର ସ୍ଥିର ସରକାର ଏବଂ ବିଜୁ ଯୁବ ବାହିନୀ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲାପରେ ଏହି ଯୋଜନାରୁ କେତେଜଣ ଖେଳାଳୀ ଉପକୃତ ହୋଇଛନ୍ତି? କେତେ ଜଣ ଖେଳାଳୀ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ନାମ ଅର୍ଜନ କଲେ । କେତେ ଜଣ ଖୋଳାଳୀଙ୍କୁ ଉପଯୁକ୍ତ କୋଚ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମିଳିଛି? ଓଡିଶାର ଯୁବକ ମାନଙ୍କର ଏ ସଙ୍ଗିନ ସ୍ଥିତି ପାଇଁ ଦାୟୀ କିଏ ତାହାର ଉତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଶ୍ରୀ ଆଚାର୍ଯ୍ୟ ଆହ୍ୱାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ ପ୧⁄୨ିମକବାଟ, ପ୍ରକାଶ ଦଳେଇ, ବିକ୍ରମ ବିଶ୍ୱାଳ ଏବଂ ମିଡିଆ ସଂଯୋଜକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.