ବନ୍ଦ ହେଲା ବିଜୁ ଯୁବ ବାହିନୀ ।

ଭୁବନେଶ୍ୱର,(ବସୁନ୍ଧରା): ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ । ବିଜୁ ଯୁବ ବାହିନୀ ବନ୍ଦ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବକ ବାହିନୀ ବନ୍ଦ ହୋଇଥିବା କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟ କରୁନି ଯୁବ ବାହିନୀ । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବାରୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ।

Leave A Reply

Your email address will not be published.