ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନସ୍ଥ ନୂଆ ଗାଁ ପଂଚାୟତରେ ଏକ ଯାତ୍ରୀବାହୀ ବସକୁ କେହି ଦୁର୍ବୁତ ଗତ ବୁଧବାର ମଧ୍ୟ ରାତ୍ରିରେ ନିଆଁ ଲଗାଇ ଫେରାର ହୋଇଯାଇଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ସୁଚନାରୁ ଜଣାଯାଇଛି ନାୟକ ନାମକ ଯାତ୍ରୀବାହୀ ବସଟି ବାଂଶଡା ଫେରିଘାଟ ଠାରୁ ସବୁଦିନ ଭୂବନେଶ୍ୱର ଯାତ୍ରା କରିଥାଏ । ବୁଧବାର ଦିନ ଏହି ବସଟି ଭୂବନେଶ୍ୱରରୁ ଫେରି ବାଂଶଡା ଘାଟ ଠାରେ ରହିଥିଲା । ଏହି ବସରେ ବସର ଚାଳକ ଏବଂ ହେଲପର ଶୋଇଥିଲେ । ବିଳମ୍ବିତ ରାତ୍ରିରେ କେହି ଦୁର୍ବତ ଆସି ଏହି ବସରେ ନିଆଁ ଲଗାଇ ଦେଇଥିଲେ । ବସରେ ଶୋଇଥିବା ଚାଳକ ଏବଂ ହେଲପର ନିଆଁ ତାତିରେ ଉଠି ବସର କାଚ ଭାଙ୍ଗି ବାହାରକୁ ଆସିଥିଲେ ଏବଂ ଚାନ୍ଦବାଲି ଏବଂ ଗଦି ଠାରେ ଥିବା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ।ଅଗ୍ନିଶମ ବିଭାଗ ଆସି ପହଂଚିବା ବେଳକୁ ବସଟି ସମ୍ପୁର୍ଣ ପୋଡି ଯାଇଥିଲା । ପରେ ବସର ଚାଳକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ବାଂଶଡା ଥାନାରେ ଏକ ମୋକଦମା ରୁଜୁ ହେବା ସହ ଅଧିକ ତଦନ୍ତ ଜାରୀ ରହିଛି ବୋଲି ବାଂଶଡା ଥାନାଧିକାରୀ କରୁଣାକର ରାଉତଙ୍କ ସୁଚନା ଦେଇଛନ୍ତି । ବସର ଚାଳକଙ୍କ କହିବାନୁଯାୟୀ ବସର ସମୟକୁ ନେଇ ଦୁଇଟି ବସର ମାଲିକ ମାନଙ୍କ ମଧ୍ୟରେ ମତାନ୍ତର ରହିଥିଲା । ଏହାକୁ ଆଧାର କରାଯାଇ କେହି ଦୁର୍ବୃତ୍ତ ବସରେ ନିଆଁ ଲଗାଇ ଥାଇ ପାରନ୍ତି ବୋଲି ସନ୍ଦେହ ଥିବା ବସର ଚାଳକ ମତ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post