କରୋନା କଟକଣା ମଧ୍ୟରେ ଆରିଡି ପୀଠରେ ପାଳିତ ହେଲା ମହାଶିବରାତ୍ରୀ।

ଭଦ୍ରକ,(ବସୁନ୍ଧରା): ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ପ୍ରଶାସନର କରୋନା ଜନିତ ୧୪୪ ଧାରା ଅଂକୁଶ ମଧ୍ୟରେ ପାଳିତ ହୋଇଛି । ବାବାଙ୍କ ପୀଠରେ ପ୍ରତିବର୍ଷ ଭଳି ଏଥର ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିନଥିଲା । ସୀମିତ ଭକ୍ତଙ୍କ ମଧ୍ୟରେ ଏହା ଏକ ନିରାଡମ୍ବର ପରିବେଶ ମଧ୍ୟରେ ପାଳିତ ହୋଇଛି । ଗତକାଲି ସେବାୟତମାନେ ପ୍ରଶାସନ ନିକଟରେ ଦାବି ରଖି ଧାରଣାରେ ବସିବା ଦ୍ୱାରା କରୋନା କଟକଣା ମଧ୍ୟରେ ନିୟମ ମାନି ଆରଡି ପୀଠ ଅଂଚଳର ମାତ୍ର ୪ଟି ପଂଚାୟତ ବାସିନ୍ଦାଙ୍କୁ ଜିଲାପାଳ ଅନୁମତି ଦେଇଥିଲେ । ଏହି ୪ଟି ପଂଚାୟତବାସୀ ଆଜି କରୋନାର ସମସ୍ତ ନିୟମ ମାନି ଦର୍ଶନ କରିଛନ୍ତି ।

Leave A Reply

Your email address will not be published.