ଭଦ୍ରକ,(ବସୁନ୍ଧରା): ବିଜେପି ଜିଲ୍ଲା ମହିଳାମୋର୍ଚ୍ଚା ପକ୍ଷରୁ ଗତକାଲି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଭଦ୍ରକ ବ୍ଲକ ଅର୍ଣ୍ଣପାଳ ଦୁର୍ଗାମଣ୍ଡପଠାରେ ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇଥିବା ବେଳେ ଅନ୍ୟତମ ବରେଣ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକ, ସାତଭଉଣୀ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ସାତଭଉଣୀ ମଣ୍ଡଳ ସଭାନେତ୍ରୀ ସୁକାନ୍ତି ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଷ୍କର ଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଗା ପ୍ରସନ୍ନ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲ୍ଲାପରିଷଦ ସଭ୍ୟା ରଂଜିତା ସ୍ୱାଇଁ, ଉମାମଣି ସାହୁ, ନାରୀନେତ୍ରୀ ମନିଷା ବେହେରା ଯୋଗ ଦେଇ ରାଜ୍ୟର ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳା ସଶକ୍ତିକରଣ ନାମରେ ମିଛ ବାଜା ବଜାଉଛନ୍ତି । କେନ୍ଦ୍ରର ବିଭିନ୍ନ ଯୋଜନାକୁ ନିଜନାମରେ କରି ବାହାବା ନେଉଛନ୍ତି । ଏ ସବୁକୁ ମହିଳାମାନେ ବିରୋଧ କରି ନ୍ୟାର୍ଯ୍ୟ ଦାବି ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଦର୍ଶ ସିଲେଇ ଶିକ୍ଷୟତ୍ରୀ ସଂଗୀତା ମହାରଣା, ଗ୍ରୀନକାର୍ଡ ଅର୍ଗାନାଇଜର ସସ୍ମିତା ଲେଙ୍କା, ବାବା ମଣି ଏସ୍ଏସ୍ଜି ସଭାନେତ୍ରୀ ନିରୁପମା ରାଉତ, ବୀଣାପାଣି ଆଞ୍ଚଳିକ ମଞ୍ଚ ସଭାନେତ୍ରୀ ଭାରତୀ ନାୟକ, ଓମ୍ସାଇ ଏସ୍ଏସ୍ଜି ସଭାନେତ୍ରୀ ସ୍ନେହଲତା ଜେନା, ସମ୍ପାଦିକା ମଞ୍ଜୁଲତା ଭଞ୍ଜ, ଖଣ୍ଡତଡ଼ା ପଞ୍ଚାୟତର ନାଏବ ସରପଞ୍ଚ ସତ୍ୟଭାମା ଜେନା, ବିଶିଷ୍ଟ ସମାଜସେବିକା ପାର୍ବତୀ ଓଝା, ସ୍ନେହଲତା ପୃଷ୍ଟି, ଅନ୍ନପୂର୍ଣ୍ଣା ମହାରଣା, ମାୟାରାଣି ହୁଇଙ୍କୁ କୋବିଡ଼ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇଟି ସେଲ ପ୍ରମୁଖ ଶଶାଙ୍କ ଶେଖର ମିଶ୍ର, ନରହରି ବିଶ୍ୱାଳ, ବିନୋଦ ନାୟକ, ସୁଧାକର ମହାଳିକ, ଆଲୋକ ମହାନାୟକ, ପୁଷ୍ପକ ସ୍ୱାଇଁ, ଭାଗିରଥୀ ମହାକୁଡ଼, ମହେଶ୍ୱର ସାହୁ, ଉଜ୍ୱଳା ନାଥ, ଲକ୍ଷ୍ମୀକାନ୍ତ ଜେନା, ନିତ୍ୟାନନ୍ଦ ମଲ୍ଲିକ, ଉମେଶ ଗୁପ୍ତା, ଭାଗିରଥୀ ମାଝୀ, ସୁରେନ୍ଦ୍ର ଦାସ, ଭାବଗ୍ରାହୀ ମଲ୍ଳିକ ପ୍ରମୁଖ ପରିଚାଳାନରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.