ଭଦ୍ରକ,(ବସୁନ୍ଧରା): ଧାନ କିଣାରେ ଅନିୟମିତତା ଓ ସମିତି ଆଗରେ ଧାନ ପଡ଼ି ରହିଥିଲେ ବି ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ କାରଣରୁ ଧାନ ବିକ୍ରି କରି ପାରି ବାଧ୍ୟ ହୋଇ ସମିତି ଆଗରେ ଧାନ ବସ୍ତା ରଖି ଅନଶନରେ ବସିଥିଲେ । ଧାମନଗର ବ୍ଲକ ଭଗବାନପୁର ଗ୍ରାମ ସ୍ଥିତ ଶ୍ରୀଜଗନ୍ନାଥ ସେବା ସମବାୟ ସମିତି ଅଧୀନରେ ଚାଷୀ ପଞ୍ଜିକରଣ ହେବା ସହିତ ଚାଷୀମାନେ ଟୋକନ ପାଇଥିଲେ । ମାତ୍ର ସମ୍ପାଦକଙ୍କ ବେନିୟମ କାର୍ଯ୍ୟ ତଥା ସରକାରୀ ଆଇନ କାନୁନ୍ର ଉଲଂଘନ ଯୋଗ ଚାଷୀମାନେ ଧାନ କିଣାରୁ ବଂଚିିତ ହେଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦକ ଟୋକନଧାରୀଙ୍କ ଠାରୁ ଧାନ ନକିଣି ବେନିୟମରେ ଚଞ୍ଚକତା କରି ଧାନ କିଛି ନିଜ ସମ୍ପର୍କୀୟ, ପ୍ରିୟପ୍ରୀତି ତୋଷଣ ନୀତିରେ ଧାନ କିଣି ପ୍ରକୃତ ଚାଷୀଙ୍କୁ ହଇରାଣ କରିଥିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ ଧାନ ବସ୍ତାରେ ଆଣି ଗତକାଲି ସନ୍ଧ୍ୟାଠାରୁ ଚାଷୀ ରାମଚନ୍ଦ୍ର ସେଠୀ, ନିରାକାର ବଳ, ସୁରେନ୍ଦ୍ର ବଳ, ସୁରେନ୍ଦ୍ର ରାଉତ,ସୁକାନ୍ତୀ ଷେଣ୍ଢ, ଅଭିମନ୍ୟୁ ଦାସ, ଭାନୁ ପ୍ରକାଶ ଦାସ, ସୁକାନ୍ତ ଶଙ୍ଖୁଆ, ରମାକାନ୍ତ ଶଙ୍ଖୁଆ, ଦିଲିପ କୁମାର ବେହେରା ପ୍ରମୁଖ ଅନଶନରେ ବସିଥିଲେ । ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ଅନଶନ ସ୍ଥଳରେ ପହଞ୍ଚିି ଚାଷୀଙ୍କ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.